ପାରଳାରେ ଅଗ୍ନିବର୍ଷା ଯୋଗୁଁ ଅସହ୍ୟ ତାତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି ଯୋଗୁଁ ଅଗ୍ନିବର୍ଷା ହେବା ଭଳି ଉତ୍ତାପ ରହିଛି. ତାପମାତ୍ରା ପ୍ରତିଦିନ ବୃଦ୍ଧି ପାଉଛି। ଦୈନିକ 8 ଘଣ୍ଟାରୁ ଉର୍ଦ୍ଧ ବିଦୁତ କାଟ ଯୋଗୁଁ ସାଧାରଣ ଅତିଷ୍ଠ ହୋଇପଡିଲେଣି. ତୁରନ୍ତ ବିଭାଗୀୟ କର୍ମକର୍ତ୍ତା ପ୍ରତିକାର ନ କଲେ ଏହା ବିରୋଧରେ ଆନ୍ଦୋଳନ କରାଯିବ ବୋଲି ବୁଦ୍ଧିଜୀବୀମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ପାରଳାରେ ପାରଦ ୪୨ଡିଗ୍ରୀରୁ ଉର୍ଦ୍ଧରେ ରହୁଥ‌ିବା ବେଳେ ଗୁଳୁଗୁଳି ଅନୁଭୂତ ହେଉଛି। ଏପରିକି ରାତିରେ ମଧ୍ଯ ଉତ୍ତାପ କାମୁନାହିଁ. ଲୋକେ ତାତିରୁ ତ୍ରାହି ପାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଥିଲେ ମଧ୍ୟ ଦିନ ରାତି ସବୁ ସମୟରେ ଘନ ଘନ ବିଦ୍ୟୁତକାଟ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ବିଦ୍ୟୁତ କର୍ମଚାରୀଙ୍କ ଅବହେଳା ଯୋଗୁଁ ବର୍ଷତମାମ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ବ୍ୟାପକ ତ୍ରୁଟି ପରିଲିକ୍ଷିତ ହେଉଛି। ବର୍ଷତମାମ ରକ୍ଷଣା ବେକ୍ଷଣ ନାମରେ ବିଦ୍ୟୁତ କାଟ କରାଯାଉଛି. ହେଲେ ସଠିକ୍ ବିଦ୍ୟୁତ ସେବା ଲୋକଙ୍କୁ ମିଳୁ ମିଳୁନି | ପାରଳା ସହରରେ ବିଜୁଳି ସମସ୍ୟା ଏବେ ଏକ ମୁଖ୍ୟ ସମସ୍ୟା ହୋଇଛି। ଏଥ୍ ପ୍ରତି ବିଭାଗୀୟ ଦୃଷ୍ଟି ନ ଦେଇ ଖାମଖିଆଲି ଢଙ୍ଗରେ ପରିଚାଳନା କରୁଥିବା ଆଲୋଚନା ହେଉଛି। ଗ୍ରୀଷ୍ମ ଦିନରେ ଯେପରି ବିଦ୍ୟୁତ ବିଭ୍ରାଟ ନ ହୁଏ ସେଥ‌ିପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କୁହାଯାଇଥିଲା. ଗ୍ରୀଷ୍ମର ଆଗମନ ପୂର୍ବରୁ ରକ୍ଷଣାବେକ୍ଷଣ ନାମରେ ଦୀର୍ଘ ଘଣ୍ଟା ଧରି ବିଦ୍ୟୁତ କାଟ ହୋଇଥିଲା। ହେଲେ ପ୍ରକୃତ ପକ୍ଷେ ଗ୍ରୀଷ୍ମର ଆଗମନ ପରେ ଯେଉଁ କଥାକୁ ସେହି କଥା | ଦିନ ରାତି ମନଇଚ୍ଛା ବିଦ୍ୟୁତ କାଟ୍ ଲାଗି ରହୁଥ‌ିବା ଅଭିଯୋଗ ହେଉଛି। ୨୪ ଘଣ୍ଟା ମଧ୍ୟରେ ହାରାହାରି 8 ଘଣ୍ଟାରୁ ଅଧିକ ସମୟ ଧରି ବିଦ୍ୟୁତ କାଟ ହେଉଛି। ଆଉ ଯେଉଁ ସମୟରେ ବିଦ୍ୟୁତ ଯୋଗାଣ ହେଉଛି ସେତେବେଳେ ଲୋଭୋଲଟେଜ ସମସ୍ୟା ଦେଖାଦେଉଛି। ଏଥିଯୋଗୁଁ ଏସି, କୁଲର ଦୂରର କଥା ପଙ୍ଖା ମଧ୍ୟ ବୁଲୁନି। ଅନ୍ୟପକ୍ଷରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ଯୋଗୁଁ ଇନଭେଟର ଚାର୍ଜ ମଧ୍ଯ ରହୁନାହି । ବିଦ୍ୟୁତ ବିଭାଗର ଏପରି ଅବ୍ୟବସ୍ଥାକୁ ନେଇ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏସମ୍ପର୍କରେ ଲୋକେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି। ଏନେଇ ଆମ ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡା ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ବେହେରାଙ୍କୁ ପଚାରିବାରେ ସେ ଜଣାଇଛନ୍ତି ଯେ ପାରଳା ସହରର ଆବଶକ୍ୟତା ଠାରୁ ଅଧିକ ବିଦ୍ୟୁତ ଖର୍ଚ୍ଚ ହେବା ଯୋଗୁଁ ବିଦ୍ୟୁତ ଲାଇନର ବାରମ୍ବାର ବାରମ୍ବାର ଟ୍ରିପ ହେଉଥିଲା. ଏନେଇ ଆମେ ଅନୁଧ୍ୟାନ କରିବା ସହ ଓପଟିସିଏଲ ସହ ଆଲୋଚନା କରି ବର୍ତ୍ତମାନ ଆବଶକ୍ୟ ଲୋଡ଼ ବଢା ଯାଇଛି. ତେଣୁ ଆଗଭଳି ବିଦ୍ୟୁତ ଟ୍ରିପ ହେବନାହିଁ ବୋଲି ଆଶା କରୁଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ