ଚାଷ ଜମିରୁ ଗଳିତ ମୃତଦେହ ଉଦ୍ଧାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ତଥା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅନ୍ତର୍ଗତ ପାର୍ଶମ୍ବା ଗ୍ରାମ ନିକଟସ୍ଥ ଏକ କାଜୁ ଜଙ୍ଗଲ ପଛପାଖ ଜମିରେ ସନ୍ଦେହଜନକ ଭାବେ ଏକ ଗଳିତ ଶବ ଠାବ ହୋଇଛି। ଖବର ପାଇ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ସମେତ ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକ ସଦଳବଳେ ପହଞ୍ଚି ତଦନ୍ତ କରିଥିଲେ। ପରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଆବଶ୍ୟକ ଯାଞ୍ଚ କରିଥିଲେ। ତେବେ ମୃତ ବ୍ୟକ୍ତିଙ୍କ ପରିଚୟ ମିଳିଛି। ତାଙ୍କ ନାମ ବି.କ୍ରିଷ୍ଣାରାଓ (୪୫) ଏବଂ ଘର ପାରଳାଖେମୁଣ୍ଡି ସହରର ରାମନଗର ବୋଲି ତାଙ୍କ ପକେଟରୁ ମିଳିଥିବା ଭୋଟର ପରିଚୟ ପତ୍ରରୁ ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ। ପୋଷ୍ଟମର୍ଟମ ରିପୋର୍ଟ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ଏସଡିପିଓ ଶ୍ରୀ କହିଛନ୍ତି। ଏନେଇ ପାରଳା ଆଦର୍ଶ ଥାନାରେ ଏକ ମାମଲା ରୁଜୁ କରାଯାଇ ବିଭିନ୍ନ ଦିଗକୁ ନେଇ ତଦନ୍ତ କରାଯାଉଥିବାର ଏସଡିପିଓ ଶ୍ରୀ ନାୟକ କହିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ