ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜାଙ୍ଗଲ ଗାଁ ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ମୃତ ଶିକ୍ଷକ ପାରଳାଖେମୁଣ୍ଡି ସ୍ଥିତ କାଚାରା ସାହିର ଏଲ. ନିରଞ୍ଜନ (୪୦) ବୋଲି ଜଣାପଡ଼ିଛି । ସେ କେସିପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଥିଲେ । ଗତକାଲି ସେ ପାରଳାଖେମୁଣ୍ଡି ଠାରୁ କେସିପୁର ବିଦ୍ୟାଳୟ ଅଭିମୁଖେ ବାଇକ ଯୋଗେ ଯାଉଥିବା ସମୟରେ ଜାଙ୍ଗଲ ଗାଁ ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଗାଡ଼ି ସହିତ ଧକ୍କା ହୋଇଥିଲା । ଶିକ୍ଷକ ଗୁରୁତର ହୋଇଥିଲେ । ତାଙ୍କୁ ଉଦ୍ଧାର କରାଯାଇ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା. ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇ ଦୁଇ ଗାଡ଼ିକୁ ଜବତ କରାଯାଇଛି ବୋଲି ଗୁମ୍ଫା ପାଣ୍ଡି ଅଧିକାରୀ ପ୍ରଦୀପ କୁମାର ରଥ ସୂଚନା ଦେଇ ତଦନ୍ତ ଜାରି ରହିଥିବା ଜଣାଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ