ସୁରାଟ ଯାଇ ଦାଦନ ଖଟୁଥିବା ବାପା ମା’ଙ୍କ ଝିଅ ଯୁକ୍ତ ୨ କଳାରେ ଜିଲା ଟପ୍ସର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ସୁରାଟରେ ଦାଦନ ଖଟୁ ଥିବା ବାପା ମାଙ୍କ ଝିଅ ତଥା ଆଦିବାସୀ ଅଧୁଷିତ ଅଞ୍ଚଳର ବଣମଲ୍ଲୀ ଧରିତ୍ରୀ ଯୁକ୍ତ 2 କଳାରେ ଗଜପତି ଜିଲ୍ଲାରେ ଟପ୍ପର ହୋଇ ସମଗ୍ର ଜିଲ୍ଲା ପାଇଁ ଗୌରବର କାରଣ ହୋଇଛନ୍ତି. ଅତି ଗରିବ କାରଣରୁ ବାପା ମାଆ ଦାଦନ ଖଟିବାକୁ ସୁରଟ ଯାଇଛନ୍ତି। ଝିଅ ଏପଟେ ଯୁକ୍ତ ୨ କଳା ବିଭାଗରେ ଗଜପତି ଜିଲାରେ ଟପ୍ସର ହୋଇ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅଡବା ହରଭଙ୍ଗି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀ ଧରିତ୍ରୀ ବିଷୋୟୀ ଚଳିତ ବର୍ଷ ଯୁକ୍ତ ଦୁଇ କଳା ବିଭାଗରେ ୫୦୪ ନଂ’ ଅର୍ଥାତ୍ ୮୪ ପ୍ରତିଶତ ନମ୍ବର ରଖ୍ ଜିଲାରେ ଟପ୍ସର ହୋଇଛନ୍ତି । ବାପା ମାଆ ଅତ୍ୟନ୍ତ ଗରିବ କାରଣରୁ ସୁରଟରେ ଏକ ସୂତା କଳରେ କାମ କରିବାକୁ ଯାଇଛନ୍ତି। ଧରିତ୍ରୀ ଅଡ଼ବା ସ୍ଥିତ ତାଙ୍କ ଭରଣୀ ଘରେ ରହି ପାଠ ପଢୁଥିଲେ । ହେଲେ ଯୁକ୍ତ ଦୁଇ କଳା ବିଭାଗରେ ଜିଲାରେ ଟପ୍ସର ହୋଇଥିବାରୁ ସବୁ ଆଜୁ ତାଙ୍କୁ ପ୍ରଶଂସାର ସୁଅ ଛୁଟୁଛି। ଧରିତ୍ରୀ ବିଷୋୟୀ କହିଛନ୍ତି, ସମସ୍ତ ଗୁରୁଜନଙ୍କ କଥା ମାନି ଦିନକୁ ୬ ରୁ ୭ ଘଣ୍ଟା ପରିଶ୍ରମ କରି ପାଠ ପଢୁଥିଲେ. ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଉନ୍ନତମାନର ଶିକ୍ଷାଦାନ ଯୋଗୁଁ ମୁଁ ଏ ସଫଳତା ଆଣିପାରିଛି. ଏହି ସଫଳତା ପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି । ବହୁତ ଆଶା ରଖୁଛନ୍ତି ଶିକ୍ଷକଟିଏ ହେବାପାଇଁ I ମୁଁ ବହୁତ ଆଶା ରଖିଛି ଶିକ୍ଷକ ହେବା ପାଇଁ. ଶିକ୍ଷକ ହେଲେ ଗରିବ ପରିବାରର ପିଲାଙ୍କୁ ପାଠ ପଢ଼ାଇ ସମାଜର ଜଣେ ଜଣେ ଉତ୍ତମ ବ୍ୟକ୍ତି ଭାବେ ଗଢି ତୋଳିବାର ଆଶା ରଖିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ