ଆଜି ହେଉଛି ବିଶ୍ୱ ବାଇ-ସାଇକେଲ ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉତ୍ତପ୍ତ ହେଉଛି ପୃଥିବୀ । ବଦଳିବାରେ ଲାଗିଛି ପାଣିପାଗ । ସଂପ୍ରତି ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ବଡ଼ ଆହ୍ୱାନ ପାଲଟିଛି । ଏହାର ମୁକାବିଲା ତଥା ସମାଧାନ ପାଇଁ ବିଭିନ୍ନ ସ୍ତରରେ ପ୍ରୟାସ ଜାରି ରହିଥିବା ବେଳେ ସାଇକେଲିଂ ଅନ୍ୟତମ ଉପାୟ ଭାବେ ଆଦୃତ ହୋଇଛି । ଆଜି ବିଶ୍ୱ ବାଇ-ସାଇକେଲ୍ ଦିବସ ଅବସରରେ ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳର ଜଣାଶୁଣା କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ ରଙ୍ଗ ତୂଳୀରେ ନିଖୁଣ ଭାବେ ଆଙ୍କିଛନ୍ତି ଏକ ସୁନ୍ଦର ସାଇକେଲିଂର ଚିତ୍ରକଳାକୃତି । ପ୍ରଦୂଷଣ ମୁକ୍ତ ପରିବେଶ, ଜଳବାୟୁ ପରିବର୍ତ୍ତନ ଜ୍ୱାଳାରୁ ମୁକ୍ତି ଏବଂ ଶରୀରକୁ ସୁସ୍ଥ ରଖିବାର ମାଧ୍ୟମ ହେଉଛି ସାଇକେଲିଂ ବୋଲି ଚିତ୍ର ମାଧ୍ୟମରେ ସମଗ୍ର ବିଶ୍ୱକୁ ସଚେତନ କରାଇଛନ୍ତି ଶାନ୍ତନୁ । କଅଁଳ ବୟସରେ ଶାନ୍ତନୁଙ୍କ ଏଭଳି ଚିନ୍ତାଧାରାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯିବା ସହ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ