ବାଲିଗୁଡା ବିଧାନସଭା ବିଜେଡିର ଚକ୍ରମଣି କହଁର ବିଜୟୀ

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଲୋକସଭା ଅନ୍ତର୍ଗତ ବାଲିଗୁଡାରେ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ ଗଣତି ସମାପ୍ତ ହୋଇଛି । ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁର ୧୬୭୧ ଟି ଭୋଟ ବ୍ୟବଧାନ ରେ ବିଜୟୀ ହୋଇ ଦ୍ୱିତୀୟ ଥର ପାଇଁ ନିଜ ବିଧାୟକ ପଦ ବଜାୟ ରଖିଛନ୍ତି l ବିଜେଡ଼ି ପ୍ରାର୍ଥୀ ଚକ୍ରମଣି କହଁର ୪୩ ହଜାର ୫୮୬ଖଣ୍ତ ଭୋଟ ପାଇ ବିଜୟୀ ଲାଭ କରିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ ଙ୍କୁ ୪୧ ହଜାର ୯୧୫ ଖଣ୍ଡ ଭୋଟ ମିଳିଛି l ସେହିପରି ଭାଜପା ପ୍ରାର୍ଥୀ କଳ୍ପନା କହଁରଙ୍କୁ ୩୧ ହଜାର ୪୮୧ ଭୋଟ ମିଳିଛି l ଅନ୍ୟ ମାନଙ୍କ ମଧ୍ୟରେ ମାନସ ଲୋକ ଶକ୍ତି ଦଳ ପ୍ରାର୍ଥୀ ଅଜୟ କୁମାର ମଲ୍ଲିକ ୧୦୦୯ ଟି ଭୋଟ, ନ୍ୟାସନାଲ ଅପନୀ ପାର୍ଟି ପ୍ରାର୍ଥୀ ଜୟସିଂ ମଲ୍ଲିକ ୮୬୬ ଟି ଭୋଟ ପାଇଛନ୍ତି l ଏତଦ ବ୍ୟତୀତ ନୋଟା ଭୋଟ ରେ ୨୬୦୬ ଟି ଭୋଟ ମିଳିଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ