ଆକ୍ସିସ୍ ବ୍ୟାଙ୍କ୍ ଓ ବଜାଜ୍ ଆଲିଆଞ୍ଜ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ମଧ୍ୟରେ ସହଯୋଗିତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦେଶର ଅଗ୍ରଣୀ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କର ଥିବା ୫୨୫୦ରୁ ଅଧିକ ଶାଖା ନେଟ୍‌ୱର୍କ ଜରିଆରେ ସାଧାରଣ ବୀମା ଉତ୍ପାଦର ବ୍ୟାପକ ବର୍ଗମାଳା ପ୍ରଦାନ କରିବା ଲାଗି ବ୍ୟାଙ୍କ ପକ୍ଷରୁ ବଜାଜ୍ ଆଲିଆଞ୍ଜ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ସହିତ ସହଯୋଗିତା ସ୍ଥାପନ କରାଯାଇଛି । ଏହି ସହଯୋଗିତାର ଅଂଶ ସ୍ୱରୂପ ବଜାଜ୍ ଆଲିଆଞ୍ଜ ଜେନେରାଲ୍ ଇନ୍‌ସ୍ୟୁରାନ୍ସ ଏହାର ଗାଡ଼ି ବୀମା, ସ୍ୱାସ୍ଥ୍ୟ ବୀମା, ଗୃହ ବୀମା ଏବଂ ଗମନାଗମନ ବୀମା ଭଳି ବ୍ୟାପକ ବ୍ୟକ୍ତିଗତ ବୀମା ଉତ୍ପାଦ ସହିତ ଇଞ୍ଜିନିୟରିଂ ବୀମା ଓ ମେରାଇନ୍ ବୀମା ଭଳି ବାଣିଜ୍ୟିକ ବୀମା ଉତ୍ପାଦ ପ୍ରଦାନ କରାଯିବ ।ଏହି ସହଯୋଗିତାରେ ଗ୍ରାହକ କୈନ୍ଦ୍ରୀକ ଦୃଷ୍ଟିକୋଣ ରଖି ବ୍ୟାଙ୍କର ଗ୍ରାହକମାନଙ୍କୁ ସେମାନଙ୍କ ଆବଶ୍ୟକତାପୂରଣ କରିବା ଭଳି ଉତ୍ପାଦ ଓ ସେବା ପ୍ରଦାନ କରାଯିବ । ତୁରନ୍ତ ଗ୍ରାହକଙ୍କୁ ବୀମା ସୁବିଧା ପ୍ରଦାନ କରିବା, ଗ୍ରାହକ ଅନୁଭୂତିରେ ଉନ୍ନତି ଆଣିବା ଓ ଦେଶରେ ବୀମା ସାନ୍ଧ୍ରତା ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ବଢ଼ାଇବା ଲାଗି ଆକ୍ସିସ୍ ବ୍ୟାଙ୍କ ସୁବିଧା ପ୍ରଦାନ କରିବ । ଏହି ସହଯୋଗିତା ବଜାଜ ଆଲିଆଞ୍ଜ ଜେନେରାଲ୍ ଇନ୍‌ସ୍ୟୁରାନ୍ସର ବଂଟନ ଉପସ୍ଥିତିକୁ ବଢ଼ାଇବ, ଫଳରେ କମ୍ପାନି ଏହାର ଉତ୍ପାଦକୁ ଅଧିକରୁ ଅଧିକ ଭୌଗୋଳିକ ଅଂଚଳରେ ଥିବା ଲୋକମାନଙ୍କ ପାଖରେ ପହଂଚାଇପାରିବ ।
ଆକ୍ସିସ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଭାରତ ବ୍ୟାଙ୍କିଙ୍ଗ ମୁଖ୍ୟ ମୁନିଶ ଶାରଦା କହିଛନ୍ତି ଯେ, “ବଜାଜ ଆଲିଆଞ୍ଜ ଜେନେରାଲ ଇନସ୍ୟୁରାନ୍ସ ସହିତ ଆମର ସହଯୋଗିତା ଏକ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରୁଛି ଯେଉଁଠାରେ ବ୍ୟାପକ ବୀମା ସମାଧାନ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେବ ଏବଂ ଏକ ସୁରକ୍ଷିତ ଏବଂ ସଶକ୍ତ ଭାରତକୁ ପ୍ରୋତ୍ସାହିତ କରିବ । ଏହି ସହଯୋଗିତା ବୀମା ପରିଦୃଶ୍ୟକୁ ପରିବର୍ତନ କରିବ କାରଣ ଆମେ ଆକ୍ସିସ୍ ବ୍ୟାଙ୍କର ବ୍ୟାପକ ଗ୍ରାହକ ଆଧାର ଏବଂ ବିତରଣ ନେଟୱାର୍କ ସହିତ ବଜାଜ ଆଲିଆଞ୍ଜ ଜେନେରାଲ ଇନସ୍ୟୁରାନ୍ସର ବୀମା ସୁବିଧାର ବିବିଧ ପୋର୍ଟଫୋଲିଓକୁ ମିଶ୍ରଣ କରୁଛୁ । ଆମର ଗ୍ରାହକ-କେନ୍ଦ୍ରୀତ ଆଭିମୁଖ୍ୟ ଏବଂ ଉତ୍କର୍ଷତା ପ୍ରତି ଏକ ପ୍ରତିବଦ୍ଧତା ମାଧ୍ୟମରେ ଉଭୟ ସଂସ୍ଥା ଗ୍ରାହକମାନଙ୍କ ମଧ୍ୟରେ ଅଧିକ ସଚେତନତା ଏବଂ ବୀମା ସମାଧାନ ଗ୍ରହଣୀୟତା ବଢ଼ାଇବାକୁ ଅଭିଳାଷ ରଖିଛନ୍ତି ।”ବଜାଜ ଆଲିଆଞ୍ଜ ଜେନେରାଲ ଇନସ୍ୟୁରାନ୍ସର ଏମଡି ତଥା ସିଇଓ ତପନ ସିଂଘେଲ କହିଛନ୍ତି ଯେ, “ଗ୍ରାହକ ସେବା ପ୍ରତି ଅତୁଟ ସମର୍ପଣ ପାଇଁ ପରିଚିତ ଭାରତୀୟ ଆର୍ôଥକ କ୍ଷେତ୍ରରେ ଏକ ପ୍ରମୁଖ ଅନୁଷ୍ଠାନ ଆକ୍ସିସ ବ୍ୟାଙ୍କ ସହିତ ଆମର ସହଯୋଗିତା ଘୋଷଣା କରି ଆମେ ଆନନ୍ଦିତ । ବଜାଜ ଆଲିଆଞ୍ଜ ଜେନେରାଲ ଇନସ୍ୟୁରାନ୍ସରେ ଦେଶର ପ୍ରତ୍ୟେକ ନାଗରିକଙ୍କ ସେବା କରିବା ଆମର ସର୍ବଦା ପ୍ରୟାସ ରହିଆସିଛି ଏବଂ ଆକ୍ସିସ୍ ବ୍ୟାଙ୍କ ଭଳି ଏକ ଶକ୍ତିଶାଳୀ ସହଯୋଗୀଙ୍କ ସହ ସହଯୋଗିତା ସ୍ଥାପନ କରିବା ଅମୂଲ୍ୟ ଅଟେ । ସେମାନଙ୍କର ବ୍ୟାପକ ଉପସ୍ଥିତି ଦେଶର କୋଣ ଅନୁକୋଣରେ ଆମ ଉପସ୍ଥିତିକୁ ବିସ୍ତାର କରିବ ଯାହା ଆମ ବୀମା ଉତ୍ପାଦଗୁଡିକର ଉପଲବ୍ଧତା ସୁନିଶ୍ଚିତ କରିବ ।’’

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ