ବିଜୟ ଶୋଭାଯାତ୍ରାରେ ବୈଜୟନ୍ତଙ୍କୁ କେନ୍ଦ୍ରାପଡାରେ ବିପୁଳ ସ୍ୱାଗତ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ବିଜୁ ପଟ୍ଟନାୟକଙ୍କ ଗଡ ଭାବେ ଖ୍ୟାତ ରହିଛି । ସେହି ଗଡକୁ ବିଜେପି ନେତା ବୈଜୟନ୍ତ ପଣ୍ଡା ଦଖଲ କରି ଏକ ନୂଆ ଇତିହାସ ସୃଷ୍ଟି କରିଛନ୍ତି । ପ୍ରଥମ ଥର ପାଇଁ କେନ୍ଦ୍ରାପଡା ଲୋକସଭା ଆସନରୁ ଶ୍ରୀ ପଣ୍ଡା ବିଜେପି ପ୍ରାର୍ଥୀ ଭାବେ ବିଜୟ ଲାଭ କରି ଏକ ରେକର୍ଡ କରିଛନ୍ତି । ସେହିପରି ମହାକାଳପଡା ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ବିଜେପି ଦଳରୁ ଦୂର୍ଗା ପ୍ରସନ୍ନ ନାୟକ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି । ଏହାକୁ ନେଇ ସାରା ଜିଲ୍ଲାରେ ଚର୍ଚ୍ଚା ଓ ଆଲୋଚନା ଜୋର ଧରିଥିବା ବେଳେ ବିଜେପି କର୍ମୀ ମହଲରେ ଆନନ୍ଦର ଲହରୀ ଖେଳିଯାଇଛି । ଏହି ଅବସରରେ ଆଜି ସନ୍ଧ୍ୟାରେ ନବ ନିର୍ବଚିତ କେନ୍ଦ୍ରାପଡା ସାଂସଦ ଶ୍ରୀ ପଣ୍ଡା ଓ ମହାକାଳପଡା ବିଧାୟକ ଶ୍ରୀ ନାୟକ ଅପରାହ୍ନ ପ୍ରାୟ ୪ଟାରେ ଦୁହୁରିଆସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପହଞ୍ôଚବା ପରେ ସେଠାରେ ଉପସ୍ଥିତ ଥିବା କାର୍ଯ୍ୟକର୍ତ୍ତାମାନେ ପୁଷ୍ପମାଲ୍ୟ, ଉତ୍ତରୀୟ ପ୍ରଦାନ କରି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାପରେ ସେଠାରୁ ବାଜା ବଜାଇ ଓ ବାଣ ଫୁଟାଇ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା । ଏହି ଶୋଭାଯାତ୍ରା ଦୁହୁରିଆଠାରୁ ବାହାରି ତିନିମୁହାଣୀ, ନୂଆ ବସ୍‌ଷ୍ଟାଣ୍ଡ, ବଡହାଟ, ପୁରୁଣା ବସ୍‌ଷ୍ଟାଣ୍ଡ, ସାନ୍ତସାହି, କେଶପୁର ବଜାର ି ଦେଇ ଇଚ୍ଛାପୁରସ୍ଥିତ ଶ୍ରୀ ବଳଦେବଜୀୟୁଙ୍କ ରଥଦାଣ୍ଡରେ ପହଞ୍ôଚ ଶ୍ରୀ ବଳଦେବଜୀୟୁଙ୍କ ଆଶୀର୍ବାଦ ନେଇଥିଲେ ସାଂସଦ ଶ୍ରୀ ପଣ୍ଡା ଓ ଅନ୍ୟମାନେ । ସେଠାରେ ଶ୍ରୀ ପଣ୍ଡା କେନ୍ଦ୍ରାପଡାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଓଡିଶାରେ ପରିବର୍ତ୍ତନ ହେବା ସହିତ କେନ୍ଦ୍ରାପଡାରେ ଶ୍ରୀ ବଳଦେବଜୀୟୁଙ୍କ ଆଶୀର୍ବାଦରୁ ପରିବର୍ତ୍ତନ ହୋଇଛି ବୋଲି ଶ୍ରୀ ପଣ୍ଡା କହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିକଶିତ ଭାରତ ଗଠନ କରାଯାଉଛି । ତତ୍‌ସହିତ ଓଡିଶା ତଥା କେନ୍ଦ୍ରାପଡାକୁ ବିକଶିତ କରିବା ପାଇଁ ସମସ୍ତେ ସାମିଲ ହେବାକୁ ସେ ନିବେଦନ କରିଥିଲେ । ରାସ୍ତାରେ ବିଭିନ୍ନ ସ୍ଥାନରେ ସମର୍ଥକ ଓ ଶୁଭେଚ୍ଛୁମାନେ ଫୁଲ ଓ ଚନ୍ଦନ ଦେଇ ବନ୍ଦାପନା କରିଥିଲେ ଶ୍ରୀ ପଣ୍ଡାଙ୍କୁ । ଏହି ଶୋଭାଯାତ୍ରାରେ ଜିଲ୍ଲା ସଭାପତି କିଶୋର ପଣ୍ଡା, ପୂର୍ବତନ ସାଂସଦ ଅର୍ଚ୍ଚନା ନାୟକ, ବିଧାୟକ ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ, ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡା, ବିଜେପି ରାଷ୍ଠ୍ରୀୟ ସଦସ୍ୟ ବୈଦ୍ୟନାଥ ଚାଟାର୍ଜୀ, ବିଜେପି ଲୋକସଭା ସଂଯୋଜକ ସଞ୍ଜୟ ରଥ, ଜିଲ୍ଲା ମିଡିଆ ସେଲ୍ ପ୍ରମୁଖ ନେହେରୁ କୁମାର ସାହୁ, ରାଜ୍ୟ ପ୍ରବକ୍ତା ଧିରେନ ସେନାପତି, ସୁନାକର ବେହେରା, ଗଗନବିହାରୀ ସାହୁ, ଜିଲ୍ଲା ଉପସଭାପତି ଉପିନ କୁମାର ରାଉତଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ବିଜେପି କର୍ମୀ ସାମିଲ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ