ଗୁରୁ ଙ୍କ ଦିର୍ଘାୟୁ କାମନା ପାଇଁ ମା’ ଭଗବତୀଙ୍କ ପୀଠରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ସବିତ୍ରୀ ବ୍ରତ ପାଳନ କରାଯାଇଛି । ଆଜିର ପବିତ୍ର ଦିନରେ କିନ୍ନର ମାନେ ନିଜ ଗୁରୁଙ୍କ ଆୟୁଷ ବୃଦ୍ଧି ଓ ନିରୋଗ କାମନା କରି ମା’ଙ୍କ ନିକଟରେ ପୂଜାର୍ଚନା କରିବା ସହ ବ୍ରତ ଧାରଣ କରିଥିଲେ | କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ସାବିତ୍ରୀ ବ୍ରତକୁ ଭକ୍ତିମୟ ପରିବେଶ ମଧ୍ୟରେ ପାଳନ କରାଯାଇଥିଲା | ହିନ୍ଦୁ ଧର୍ମର ସଧବା ସ୍ତ୍ରୀ ମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରିବା ସହ ପରିବାରର ମଙ୍ଗଳ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି | ସେହିପରି କିନ୍ନର ମାନେ ନିଜ ଗୁରୁଙ୍କ ଦୀର୍ଘ ଜୀବନ କାମନା କରି ଏହି ପର୍ବକୁ ପାଳନ କରିଥାନ୍ତି | ଯେତେବେଳେ କିନ୍ନର ମାନେ ସମାଜରୁ ଅବହେଳିତ ହୋଇ ନିଜ ପରିବାରରୁ ବାହାରି ନିଜର ସ୍ୱତନ୍ତ୍ର ପରିବେଶକୁ ଆପଣେଇ ଥାନ୍ତି । ସେତେବେଳେ ଏହି କିନ୍ନର ସମାଜର କେହିନାକେହି ଆପଣାର କରି ନେଇଥାନ୍ତି | ଆପଣାର କରିଥିବା ସେହି ବ୍ୟକ୍ତି ହିଁ ସେମାନଙ୍କର ଗୁରୁ ଅଟନ୍ତି | ନିଜ ଗୁରୁଙ୍କ ଦୀର୍ଘ ଜୀବନ ସହ ମଙ୍ଗଳ କାମନା କରି କିନ୍ନର ମାନେ ସାବିତ୍ରୀ ବ୍ରତକୁ ଧୁମଧାମରେ ପାଳନ କରିଥାନ୍ତି | ସଧବା ସ୍ତ୍ରୀ ପରି କିନ୍ନର ମାନେ ଫଳମୁଳ ସହିତ ସିନ୍ଦୁର, ଚୁଡ଼ି ଓ ବ୍ରତ ନେଇ ମା’ଙ୍କ ପାଖରେ ସମର୍ପଣ କରିବାପର ପରିଧାନ କରି ଉପବାସ ବ୍ରତ ପାଳନ କରିଥାନ୍ତି | ଗୁରୁଙ୍କ ମଙ୍ଗଳ କାମନା କରିବା ସହ ନିଜେ ପାଇଥିବା ଜନ୍ମରୁ ମୁକ୍ତି ପାଇବାପାଇଁ ଗୁହାରୀ ମଧ୍ୟ କରିଥାନ୍ତି | ସାବିତ୍ରୀବ୍ରତ ଅବସରରେ କୋଣାର୍କ କିନ୍ନର ସଙ୍ଘର ମୁଖ୍ୟ ଦୀପା କିନ୍ନରଙ୍କ ନେତୃତ୍ୱରେ ଶାନ୍ତି, ସୁକାନ୍ତି , ସନ୍ଧ୍ୟା, ରଶ୍ମୀ, ରେଶ୍ମା , ଚିନୁ, ତୁଳସୀ, ଗଙ୍ଗା, ଲକ୍ଷ୍ମୀ ,କାଜଲ ଓ ଶିବାନୀ କିନ୍ନର ମାନେ ମା’ଙ୍କ ମନ୍ଦିରରେ ପୂଜାର୍ଚନା କରିବା ସହ ବ୍ରତ ପାଳନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ