କୋରୁଆଳ ପାଞ୍ଚଣାରେ ଜୁଆ ଖେଳକୁ ନେଇ ଅସନ୍ତୋଷ

ନିମାପଡ଼ା,(ସନ୍ତୋଷ ଦାଶ) ପୁରୀ ଜିଲ୍ଲା ଗୋପ ଥାନା ନୟାହାଟ ଫାଣ୍ଡି ଅନ୍ତର୍ଗତ କୋରୁଆଳ ପାଞ୍ଚଣା ଗ୍ରାମ ଠାରେ ନୟାହାଟ – କଳାବୁଦା ମୁଖ୍ୟ ରାସ୍ତା କଡ଼ରେ ମଙ୍ଗଳବାର ଠାରୁ ପ୍ରତିଦିନ ରାତି ରେ ଜୁଆ ଖେଳ ଚାଲୁ ଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ନୟାହାଟ ନିକଟସ୍ଥ କଣ୍ଟି ଗ୍ରାମ ର କିଛି ଅସାମାଜିକ ବ୍ୟକ୍ତି ସଙ୍ଗବଦ୍ଧ ହୋଇ ଏଠାରେ ବେଆଇନ ଭାବେ ଜୁଆ ଖେଳ କରୁଛନ୍ତି। ଏହି ଅସାମାଜିକ ବ୍ୟକ୍ତି ମାନେ ସ୍ଥାନୀୟ ପୁଲିସକୁ ନିୟମିତ ପାଉଣା ଦେଇ ଗତ ଏକ ମାସ ହେବ ନୟାହାଟ ଅଞ୍ଚଳ ର ଦେସ୍ଥଳୀ, ମାଳିତୋଟା, ପଲ୍ଲୀ, ବିଶୁଳିପଡ଼ା, ଜହ୍ନିବାଲିଆ ପ୍ରଭୃତି ସ୍ଥାନରେ ଜୁଆ ଖେଳ କରି ଆସୁଥିଲେ ମଧ୍ୟ ପୁଲିସ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବା ଲୋକ ମାନେ ଅଭିଯୋଗ କରୁଛନ୍ତି। ବିଭିନ୍ନ ସ୍ଥାନରେ ଜୁଆ ଖେଳ ହେଉଥିବାରୁ ବହୁ ବ୍ୟକ୍ତି ଏହି ଖେଳ ଖେଳି ସର୍ବସ୍ବାନ୍ତ ହେଉଥିବା ବେଳେ ଜୁଆ ଆଡ୍ଡା ରେ ବିଭିନ୍ନ ଅଞ୍ଚଳର କୁଖ୍ୟାତ ଅପରାଧୀ ମାନଙ୍କର ସମାଗମ ହେଉଛି।ନିକଟସ୍ଥ ଗ୍ରାମ ଗୁଡିକରେ ଛୋଟ ବଡ ଚୋରି ମଧ୍ୟ ହେଉଛି। ଜୁଆ ଖେଳ କରୁଥିବା ବ୍ୟକ୍ତି ମାନେ ପ୍ରଭାବଶାଳୀ ହୋଇଥିବାରୁ ଗାଁ ଗଣ୍ଡାର ସରଳ ଗରିବ ଲୋକ ମାନେ ଏମାନଙ୍କୁ ପ୍ରତିବାଦ କରିବାକୁ ସାହାସ ପାଉ ନାହାଁନ୍ତି। ଏ ସମ୍ପର୍କରେ
ନିମାପଡ଼ା ପୁଲିସ ଉପଖଣ୍ଡ ଅଧିକ୍ଷକ ପ୍ରଭାତ କୁମାର ମଲ୍ଲିକଙ୍କୁ ପଚାରିବାରେ ସେ ଏ ସମ୍ପର୍କରେ କୌଣସି ଅଭିଯୋଗ ପାଇନଥିବା କହିବା ସହିତ ଘଟଣାର ଅନୁଧ୍ୟାନ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ