ଛେନାପଦି ଛକରେ ଘରୁ ଗ୍ରୀଲ ଭାଙ୍ଗି ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ଚୋରୀ

ହାଟଡ଼ିହି, (ବିକାଶ ବିଶ୍ୱାଳ):ନନ୍ଦିପଦା ଥାନା ଅଞ୍ଚଳରେ ପୁଣି ଲୁଟ। କିଛିଦିନ ର ନୀରବତା ପରେ ଗତକାଲି ବିଳମ୍ବିତ ରାତିରେ ଛେନାପଦି ଛକରେ ଥିବା ନରହରି ସା ଙ୍କ ଘରୁ ଗ୍ରୀଲ ଭାଙ୍ଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରୀ ହୋଇଥିବା ଜଣାପଡିଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାଇ ଗତକାଲି ନରହରି ସା ଙ୍କ ସାନପୁଅ ବିପିନି ଓ ବୋହୁ ରଶ୍ମିରେଖା ଅତ୍ୟଧିକ ଗରମ ଯୋଗୁ ନିଜ ରୁମକୁ ବନ୍ଦ କରି ଛାତ ଉପରକୁ ଶୋଇବାକୁ ପଳାଇଥିଲେ। ରାତିରେ ପରିବାର ଲୋକେ ଛାତ ଉପରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ତଳ ଘରର ଝରକା ଗ୍ରୀଲ ଭାଙ୍ଗି ଘର ଭିତରେ ପଶି ଲୁଟ କରିଥିଲେ। ଆଜି ସକାଳ୬ଟା ବେଳେ ପରିବାର ଲୋକେ ଉଠି ଘରର କବାଟ ଖୋଲିବାକୁ ଯିବା ବେଳକୁ ଘରର କବାଟ ଭିତର ପଟୁ ବନ୍ଦ ଥିବା ଦେଖି ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଝରକା ପଟକୁ ଯିବାପରେ ଝରକା ଗ୍ରୀଲ ଭଙ୍ଗା ହୋଇଥିବା, ଘରର ଆସବାପତ୍ର ଛିନ୍ନ ବିଛିନ୍ନ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଝରକା ବାଟେ ପଶି ଦେଖିବା ପରେ ଗଡରେଜରେ ଥିବା ନଗଦ ଅଢେଇ ଲକ୍ଷ ଟଙ୍କା, ପାଞ୍ଚଟି ସୁନା ମୁଦି, ଗୋଟିଏ ନେକଲେସ, ଗୋଟିଏ ମଙ୍ଗଳସୁତ୍ର ଓ ୧୦ଭରି ଓଜନର ରୁପା ଅଳଙ୍କାର ଚୋରି କରି ନେଇଥିବା ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ବିପିନିଙ୍କ ବଡ ଭାଇ ତ୍ରିଲୋଚନ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଥାନା କେସ ନଂ ୧୯୫ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମଧ୍ୟାହ୍ନରେ କେନ୍ଦୁଝର ରୁ ସାଇଣ୍ଟିଫିକ ଟିମ ଡକାଇ ତାଙ୍କ ସହଯୋଗରେ ତଦନ୍ତକୁ ଆଗେଇଛି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ଫେବୃଆରୀ ମାସରେ କୁଣ୍ଡିସାହିର ଜଣେ ବ୍ୟକ୍ତିଙ୍କ ଘରୁ ଓ ଛେନାପଦି ଛକରେ ଥିବା ଜଣେ ଅଧ୍ୟାପିକା ଙ୍କ ଘରୁ ସମାନ ଧରଣର ଲୁଟ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ପୁଲିସ ଏହି ସବୁ ଲୁଟ ଘଟଣାରେ କୌଣସି ସୁରାକ ପାଇ ପାରିଲା ନାହିଁ। ଏହି ଦୁଇଟି ନୁଁହ ଗତ୬ମାସ ଭିତରେ ଏପରି ଅନେକ ଲୁଟ ହୋଇଥିଲେବି ଲୁଟେରାଙ୍କ ସମ୍ପର୍କରେ କୌଣସି ସୂଚନା ପୁଲିସ ପାଇ ପାରିନି। ଯାହାକୁ ନେଇ ଲୁଟେରା ମାନେ ଦିନକୁ ଦିନ ସେମାନଙ୍କ ଲୁଟ ସାମ୍ରାଜ୍ୟକୁ ବିସ୍ତାର କରିବାରେ ଲାଗିପଡିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ