ବ୍ରହ୍ମେ ଶ୍ୱର ମହାଦେବଙ୍କ ପୀଠରେ ଶିବ ବିବାହ

ନିମାପଡା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ଚାରିଛକ ନିକଟସ୍ଥ ବ୍ରହ୍ମକୁଣ୍ଡି ମା ତାରିଣୀ, ଶ୍ରୀଶ୍ରୀ ବ୍ରହ୍ମେଶ୍ଵର ମହାଦେବ ଓ ବ୍ରହ୍ମ ମହାବୀର ପୀଠରେ ବାର୍ଷିକ ଉତ୍ସବ ଓ ବିଶ୍ଵଶାନ୍ତି ମହାଯଜ୍ଞ ଓ ଶୀତଳଷଷ୍ଠୀ ଅବସରରେ ଶିବ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ମନ୍ଦିର ପରିସରରେ ଆୟୋଜିତ ବିବାହ ଉତ୍ସବ ରେ ପାର୍ବତୀ ଙ୍କ ପିତା ଭାବେ ପ୍ରଶାନ୍ତ ମୁଦୁଲି,ମାତା ଭାବେ ଶାନ୍ତି ମୁଦୁଲି ,ଶିବଙ୍କ ପିତା ଭାବେ ବିଜୟ ବେହେରା ଓ ମାତା ଭାବେ ସତ୍ୟଭାମା ଦାସ କାର୍ଯ୍ୟ କରିଥିଲେ ।ପୂଜକ ରସାନନ୍ଦ ଦାସ ,ଅର୍ଜୁନ ପଣ୍ଡା ,ଦେବଦତ୍ତ ମିଶ୍ର ,ସୂର୍ଯ୍ୟକାନ୍ତ ମିଶ୍ର ପ୍ରମୁଖ ବିବାହ କାର୍ଯ୍ୟ କରିଥିଲେ।ବିବାହ କାର୍ଯ୍ୟ ଶେଷରେ ବନ୍ଦାପନା କାର୍ଯ୍ୟକ୍ରମ ହୋଇଥିଲା । ବ୍ରହ୍ମେଶ୍ଵର ମନ୍ଦିର ପରିଚାଳନା କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ତିନିଦିନ ଧରି ହୋଇଥିଲା। ଆଜି ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଯଜ୍ଞର କର୍ତ୍ତା ଭାବେ ବାବାଜୀ ସ୍ଵାଇଁ ଓ କର୍ତ୍ତି ଭାବେ କ୍ଷେତ୍ରମଣି ସ୍ଵାଇଁ ଯଜ୍ଞ ରେ ବସିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ