ସଂକୁଳ ସ୍ତରୀୟ ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣର ସଂନ୍ଧ୍ଯା କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ସ୍ଥାନୀୟ ଶ୍ରୀରାମନଗର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିକ୍ଷା ବିକାଶ ସମିତି, ଓଡିଶାଙ୍କ ଯୋଜନା ଅନୁସାରେ ଛତ୍ରପୁର ସଂକୁଳର ସାମୂହିକ ଆଚାର୍ଯ୍ୟ ପ୍ରଶିକ୍ଷଣ କର୍ମଶାଳାର ପ୍ରଥମ ଦିନ ସଂନ୍ଧ୍ଯା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ଭାବରେ ଛତ୍ରପୁର ପୂର୍ବତନ ବିଧାୟକ ଶ୍ରୀ ଅଶୋକ କୁମାର ଚୌଧୁରୀ ଦୀପ ପ୍ରଜ୍ଜୋଳନ କରିଥିଲେ । ସମ୍ମାନୀତ ଅତିଥୂ ଭାବେ ସ୍ଥାନୀୟ ଅଂଚଳର ବରିଷ୍ଠ ସାମ୍ବାଦିକ ଶ୍ରୀ ବସନ୍ତ କୁମାର ମହାରଣା ଯୋଗ ଦେଇଥିଲେ।ପ୍ରଧାନ ଆଚାର୍ଯ୍ୟ ତଥା ସଂକୁଳ ସଂଯୋଜକ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ଦେଇଥିଲେ। ପରିଚାଳନା ସମିତିର ସୁନୀତା ସେଠୀ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟବକ୍ତା ଭାବରେ ଶ୍ରୀ ରାମ ଶଙ୍କର ଶତପଥୀ ଯୋଗ ଦେଇ ପ୍ରଭୁ ଶ୍ରୀରାମଙ୍କ ଚରଣାମୃତ ବର୍ଣ୍ଣନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କାଉନସିଲର ଶ୍ରୀମତୀ ଏମ ଅରୁନ୍ଧତୀ ରେଡି, ଅଭିଭାବକ ଶ୍ରୀ ଏସ୍ ଅଯୋଧ୍ୟା ରେଡି ଓ ଏସ ଲକ୍ଷ୍ମୀ, ସକାଳ ବନ୍ଦନା କାର୍ଯ୍ୟକ୍ରମ ରେ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଶ୍ରୀ ଅଜିତ କୁମାର ସେଠୀ ଯୋଗ ଦେଇ ଥିଲେ। ସଂକୁଳର ପ୍ରଧାନାଚାର୍ଯ୍ୟ ମାନଙ୍କ ମଧ୍ୟରେ ଶ୍ରୀ ସନ୍ତୋଷ ମିଶ୍ର, ଶ୍ରୀ ଆଦିତ୍ୟ ପ୍ରସାଦ ମହାପାତ୍ର, ଶ୍ରୀ ତ୍ରିନାଥ ନାୟକ, ଶ୍ରୀ ନିତ୍ୟାନନ୍ଦ ସାହୁ, ଶ୍ରୀଧର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ।ପ୍ରଧାନାଚାର୍ଯ୍ୟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ