ପାନୀୟ ଜଳ ସମସ୍ୟାକୁ ନେଇ ଉପଲୋଡାରେ ମହିଳାଙ୍କ ରାସ୍ତାରୋକ ଓ ବିକ୍ଷୋଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଉପଲଡା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦଶନ କରି ରାସ୍ତାରୋକ କରଥିଲେ. ଉପଲଡା ଗ୍ରାମର ହାଟପଦା ଅଞ୍ଚଳରେ ବହୁ ସଂଖ୍ୟାରେ ମହିଳା ଏକତ୍ର ହୋଇ ପାରଳାଖେମୁଣ୍ଡି -ମୋହନା ଜାତୀୟ ରାଜପଥ ୩୨୬-ଏ ରେ ପ୍ରାୟ ଏକ ଘଣ୍ଟା ଧରି ହାଣ୍ଡି ମାଠିଆ ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତାରୋକ କରି ମହିଳାମାନେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇ କହିଛନ୍ତି ଯେ, ପାନୀୟ ଜଳ ଯୋଗାଣ ପାଇଁ ଏକ ଓଭର ହେଡ୍ ଟାଙ୍କି ଓ ମୋଟର ରହିଛି| ହେଲେ କୌଣସି କାରଣରୁ ଏହା ଖରାପ ହୋଇଯାଇଥିବା ଯୋଗୁଁ ପାନୀୟ ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଗ୍ରାମର ଗୋଟିଏ ସାହିର ୫୦ରୁ ଉର୍ଦ୍ଧ ପରିବାର ଦୀର୍ଘ ଦିନ ହେଲା ପାଣି ସମସ୍ୟାର ସମାଧାନ ପାଇଁ ବିଭିନ୍ନ ସ୍ତରରେ ଗୁହାରି କରିଛନ୍ତି । ଦୀର୍ଘ ଦିନ ହେବ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ସମାଧାନ କରାଯାଇ ନ ଥିବାରୁ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇଛୁ ବୋଲି ଆନ୍ଦୋଳନରତ ମହିଳା କହିଥିଲେ । ଅନ୍ୟ କୌଣସି ଜଳଉତ୍ସ ନଥିବା କାରଣରୁ ପାନୀୟ ଜଳ ପାଣି ପାଇଁ ପ୍ରାୟ ଅଧା କିମି ଦୂର ମୁଖ୍ୟରାସ୍ତା ତଟରେ ଥିବା ନଳକୂପ ଉପରେ ମହିଳା ନିର୍ଭର କରୁଛନ୍ତି । ଏହି ନଳକୂଅର ପାଣି କଳଙ୍କିଯୁକ୍ତ ହୋଇ ଆସୁଥିବାରୁ ପାନୀୟ ଉପଯୋଗୀ ହୋଇ ନଥିଲେ ମଧ୍ୟ ବାଧ୍ୟ ହୋଇ ପିଉଥିବା ଗ୍ରାମବାସୀ ଜଣାଇଛନ୍ତି। ସେହିପରି ସେହିପରି ଲୁଗାପଟା ସଫା କରିବା ପାଇଁ ମଧ୍ୟ କୌଣସି ଜଳ ଉତ୍ସ ନ ଥିବା ଯୋଗୁଁ ନାହିଁ ନଥିବା ଅସୁବିଧା ଭୋଗୁଥିବା କହିଛନ୍ତି।ରାଜରାସ୍ତାକୁ ମହିଳା ଅବରୋଧ କରିଥିବା ଖବର ପାଇ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର, ଏସ୍‌ଆଇ ବଳରାମ ବେହେରା ସଦଳବଳେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ | ପରେ ଆନ୍ଦୋଳନରତ ମହିଳା ରାସ୍ତା ରୋକରୁ ହଟିଥିଲେ। ଆନ୍ଦୋଳନରୁ ମହିଳା ହଟିବା ପରେ ଜାତୀୟ ରାଜପଥରେ ଯାତାୟତ ସ୍ବାଭାବିକ ହୋଇଥିଲା | ଏକ ଘଣ୍ଟା ଧରି ମୋହନା, ପାରଳାଖେମୁଣ୍ଡି, ରାୟଗଡ଼, ରା ଉଦୟଗିରି, ରାମଗିରି ଅଞ୍ଚଳକୁ ଯାତାୟତ କରୁଥିବା ଯାନବାହାନ ଅଟକି ରହିଥିଲା । ଏହା ସହ ଯାତ୍ରା ଓ ପଥଚାରୀ ମଧ୍ୟ ଏକ ଘଣ୍ଟା ଧରି ଅଧାବାଟରେ ଅଟକି କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ । ପାଣି ସମସ୍ୟାର ସମାଧାନ ନିମନ୍ତେ ବିଭାଗୀୟ ଯନ୍ତ୍ରୀଙ୍କୁ ଅବଗତ କରାଯାଇ ଓଭରହେଡ୍‌ ଟାଙ୍କିରୁ କେଉଁ କାରଣ ଯୋଗୁଁ ପାଣି ଆସୁନାହିଁ ତାହାକୁ ନେଇ ଯାଞ୍ଚ କରାଯିବ। ଆବଶ୍ୟକ ମରାମତି କରାଯାଇ ତୁରନ୍ତ ପାଣି ଯୋଗାଣ ବ୍ୟବସ୍ଥା କରାଯିବ ବୋଲି ଉପଲଜ୍ଜା ସରପଞ୍ଚ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ