ବଉଳା ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ପର୍ବ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଯୁବକବି ଓ ଲେଖକମାନେ ପୁରସ୍କାର ପଛରେ ନଗୋଡାଇ ସାହିତ୍ୟ ସାଧନା କ୍ଷେତ୍ରରେ ବ୍ରତୀ ହେବା ଉଚିତ ବୋଲି ହାଟଡିହି ବ୍ଲକ ବିଷ୍ଣୁପ୍ରୀୟା ବାଳାଶ୍ରମ ଠାରେ ବଉଳା ସାହିତ୍ୟ ସଂସଦର ୩୪ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାହିତି୍ୟକ ଡ. ରାମଚନ୍ଦ୍ର ନାୟକ ମତବ୍ୟକ୍ତ କରିଛନ୍ତି । ଯେନତେନ ପ୍ରକାର ଲେଖାଟିଏ ଲେଖିଦେଇ ତାକୁ ପ୍ରକାଶ କରିବା ଅପେକ୍ଷ ସମାଜକୁ ଦିଗଦର୍ଶନ ଦେବାଭଳି ଲେଖିବା ଆବଶ୍ୟକ ଯାହାକି ସର୍ବଜନବିଦିତ ହୋଇପାରିବ ବୋଲି ସେ କହିଥିଲେ । ହାଟଡିହି ବ୍ଲକର ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଏଥିରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ସାହିତ୍ୟ ଓ ସମାଜ ଏକ ସଙ୍ଗେ ଚାଲିବା ଜରୁରୀ ହୋଇପଡିଛି । ସମାଜରେ ସମସ୍ତେ ଯେତେବେଳେ ନିଜ ନିଜର ପ୍ରତିପତି ଓ ପତିଆରା ଖୋଜୁଛନ୍ତି ସେତେବେଳେ ସାହିତ୍ୟ ହିଁ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର ଏକମାତ୍ର ମାଧ୍ୟମ ପାଲଟିଛି ବୋଲି ମତବ୍ୟକ୍ତ କରିଥିଲେ । ସଂସଦର ସଭାପତି ବାଳକୃଷ୍ଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରେମାନନ୍ଦ ଦାଶ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ସାହିତ୍ୟ ଓ କବିତା ପରଷ୍ପର ମଧ୍ୟରେ ସମ୍ପର୍କକୁ ବାନ୍ଧି ରଖିବାର ଏକ ମାଧ୍ୟମ ହୋଇଥାଏ ବୋଲି ମତ ରଖିଥିଲେ । ସଂସଦର ବରିଷ୍ଠ ସଦସ୍ୟ ରତ୍ନାକର ଦାସ ସ୍ୱାଗତ ଭାଷଣ ପ୍ରଦାନ ସହିତ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ କବି ଶ୍ରୀକାନ୍ତ ପଟ୍ଟନାୟକ, ଅଧ୍ୟାପକ ସୁବାସ ପାତ୍ର ମଞ୍ଚ ସଂଯୋଜନା କରିଥିଲେ । ସଂସଦର ସମ୍ପାଦକ ସୁରେନ୍ଦ୍ର କୁମାର ପରିଡା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସାହିତ୍ୟ ସଂସଦର ମୁଖପତ୍ର ‘ବଉଳା’କୁ ଅତିଥିମାନେ ଲୋକର୍ପଣ କରିଥିଲେ । ଏହି ଅବସରରେ ବିଶିଷ୍ଟ ପ୍ରାବନ୍ଧିକ ତଥା ଆନନ୍ଦପୁର କଲେଜର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକଙ୍କୁ ‘ବଉଳା ସମ୍ମାନ’ ରେ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ଭାଗବତ ସାହୁଙ୍କୁ ବଉଳା କବିତା ସମ୍ମାନ ଓ କବୟତ୍ରୀ ଦିପ୍ତୀ ଦେବଦର୍ଶନୀ ସୁତାରଙ୍କୁ ସାହିତ୍ୟ ସଂସଦ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ନାରାୟଣ ଚନ୍ଦ୍ର ସାହୁ, ବନମାଳୀ ଜେନା, ମୁରଲୀଧର ବେହେରାଙ୍କ ଦ୍ୱାରା ମାନପତ୍ର ପାଠ କରାଯାଇଥିଲା । ସେହପରି କବି ଚିନ୍ତାମଣି ମିଶ୍ର କବିତା ପୁସ୍ତକ ‘ଅମୃତ ସନ୍ତାନ’ କୁ ଅତିଥିମାନେ ଲୋକର୍ପଣ କରିଥିଲେ । ପ୍ରାରମ୍ଭରେ ଅଣାଠାରେ ଥିବା ସଂସଦର ପୁର୍ବତନ ସମ୍ପାଦକ ସ୍ୱର୍ଗତ ଶୁକଦେବ ମଲ୍ଲିକଙ୍କ ପ୍ରତିମୃର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଅନ୍ତର୍ଯ୍ୟାମୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ଶ୍ରୀକାନ୍ତ ପଟ୍ଟନାୟକ ଓ ସୁବାସ ଚନ୍ଦ୍ର ପାତ୍ରଙ୍କ ସଂଯୋଜନାରେ କବିତା ପାଠୋତ୍ସବରେ କବି ବିଦୁ୍ୟତପ୍ରଭା ଦେଓ, ସରଳା ମହାପାତ୍ର, ଚିନ୍ତାମଣୀ ଦାସ, ଗୋଲେଖ ନାୟକ, ଗୋବର୍ଦ୍ଧନ ନାୟକ, ନିରଞ୍ଜନ ସାହୁ, ସୁଜିତ ମିଶ୍ର, ରଞ୍ଜନ କୁମାର ସାହୁ, ଚତୁର୍ଭୁଜ ଜେନା, ହେମନ୍ତ ନାୟକ, ଅଭୟ କୁମାର ସାମଲ, ପ୍ରତାପ କିଶୋର ରାଉତ,ଉମାମଣି ପାଢ଼ୀ, ନୃସିହଂ ଚରଣ ସାମଲ, ଜ୍ୟୋତ୍ସ୍ନାରାଣୀ ସେନାପତି, ଜ୍ୟୋତ୍ସ୍ନାରାଣୀ ଦାସ, ଶୁଭଦ୍ରା ସ୍ୱାଇଁ, ଚନ୍ଦ୍ରମଣି ମୁନି, ନରେନ୍ଦ୍ର ପ୍ରସାଦ ବେହେରା, ପୁଷ୍ପାଞ୍ଜଳୀ ମହାପାତ୍ର, ତିଳୋତ୍ତମା ସା, କୈଳାଶ ଚନ୍ଦ୍ର ବେହେରା, ବିଶ୍ୱଜିତ ରାଉତ, ଧୁମକେତୁ ଦାସଙ୍କ ସମେତ ବହୁ କବି ଓ କବୟତ୍ରୀମାନେ ସେମାନଙ୍କ ସ୍ୱରଚିତ କବିତାମାନ ଆବୃତି କରିଥିଲେ । ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଚତୁର୍ଭୁଜ ପହି, ଅମୁଲ୍ୟ କୁମାର ମିଶ୍ର, ଯୋଗାଚାର୍ଯ୍ୟ ବାଇଧର ମୁନି. ଚତୁର୍ଭୁଜ ଜେନାଙ୍କ ସମେତ ବହୁ ବରିଷ୍ଠ କବି ସାହିତି୍ୟକ ମାନେ ଉପସ୍ଥିତ ଥିଲେ । ଏହି ବାର୍ଷିକ ଉତ୍ସବରେ ଆନନ୍ଦପୁର ଓ ଭଦ୍ରକ ଓ ଯାଜପୁର ଅଞ୍ଚଳର ଶତାଧିକ କବି, କବୟତ୍ରୀ ଓ ସାହିତି୍ୟକ ମାନେ ଯୋଗ ଦେଇଥିଲେ । ହରିହର ସାମଲ, ଅନନ୍ତ ଚରଣ ମୁଦୁଲି ଓ ବାଳାଶ୍ରମର କର୍ମକତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ