ଆନ୍ତର୍ଜାତିକ ଯୋଗଦିବସ ପାଇଁ ଶିକ୍ଷକ ତାଲିକା ଓ ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଯୋଗ ମହୋତ୍ସବ ସମିତି, ବାଲେଶ୍ୱର ତରଫରୁ ଆସନ୍ତା ଜୁନ୍ ୨୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତିକ ଯୋଗଦିବସ ପାଳନ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ / ବ୍ଲକ୍ / ମ୍ୟୁନିସିପାଲିଟିମାନଙ୍କରେ ଯୋଗଶିକ୍ଷକ ତାଲିମ ଶିବିର ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ପ୍ରତ୍ୟେକଟି ପଞ୍ଚାୟତରେ ଜୁନ୍ ୨୧ ତାରିଖରେ ପ୍ରଟୋକଲ ଯୋଗଗୁଡ଼ିକୁ ଲୋକମାନଙ୍କୁ ଅଭ୍ୟାସ କରାଇବା ପାଇଁ ପ୍ରତ୍ୟେକ ସ୍ଥାନରେ ସିଦ୍ଧାନ୍ତ ନିଆଯାଇଥିଲା । ଗତ ଜୁନ୍ ୨ ତାରିଖ ଓ ଜୁନ୍ ୯ ତାରିଖରେ ବାଲେଶ୍ୱରର ସହଦେବଖୁଣ୍ଟା ଓ ଲଳିତେଶ୍ୱରୀ କାଳିମନ୍ଦିର ଠାରେ ତାଲିମ ଶିବିର ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଜିଲ୍ଲାସ୍କୁଲ୍ ମାର୍ଗରେ ଥିବା ସିଦ୍ଧି କଲ୍ୟାଣ ମଣ୍ଡପରେ ଜିଲ୍ଲାସ୍ତରୀୟ ପାଳନ କରାଯିବାକୁ ସ୍ଥିର ହୋଇଥିଲା । ସେଦିନ ଧ୍ୟାନ, ଯଜ୍ଞ, ସୂର୍ଯ୍ୟନମସ୍କାର, ହାସ୍ୟାସନ ସହିତ ପ୍ରଟୋକଲ୍ ଯୋଗ ବ୍ରାହ୍ମ ମୁହୂର୍ତ୍ତରୁ ଆରମ୍ଭ ହୋଇ ଦିନ ୮ଟା ପର୍ଯ୍ୟନ୍ତ କରାଯିବାକୁ ସ୍ଥିରୀକୃତ ହୋଇଥିଲା ।ସୋର ଉତ୍ତରେଶ୍ୱର ଠାରେ ଗତ ତା ୦୫-୦୬-୨୪ ରିଖ, ବାଲିଆପାଳ ଜଗନ୍ନାଥ ମନ୍ଦିର ପରିଷଦରେ ଗତ ତା ୦୭-୦୬-୨୪ ରିଖ, ନୀଳଗିରି ଜଗନ୍ନାଥ ମନ୍ଦିର ନିକଟ ସାଇ ସେବା ସମିତିରେ ଗତ ତା ୦୮-୦୬-୨୪ ରିଖ ଓ ବାଲେଶ୍ୱର କାଳିମନ୍ଦିର ଠାରେ ଆଜି ସକାଳ ୭ ଘଟିକାରେ ଏହି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ସମସ୍ତେ ଆନନ୍ଦର ସହିତ ଏହି ଆଧ୍ୟାମିôକ କାର୍ଯ୍ୟରେ ଭାଗନେଇ ନୂତନ କର୍ତ୍ତାମାନଙ୍କୁ ଚୟନ କରିଥିଲେ । ସମସ୍ତ କାର୍ଯ୍ୟକୁ ସମିତିର ସଭାପତି ସୁଜିତ କୁମାର ଜେନା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ