ଠାକୁରାଣୀ ଯାତ୍ରାର ଶୋଭାଯାତ୍ରାରେ ଦୁଲୁକିଲା ପାରଳାଖେମୁଣ୍ଡି ସହର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ଠାକୁରାଣୀ ଯାତ୍ରା ଆରମ୍ଭ ହୋଇଛି। ଠାକୁରାଣୀ ଯାତ୍ରାର ଶୋଭାଯାତ୍ରାରେ ପାରଳାଖେମୁଣ୍ଡି ସହର ଚଳଚଞ୍ଚଳ ହୋଇପଡିଛି. ପାରଳା ସହରର ରେଖନା ସାହି, ଭୋଇ ସାହି ଓ ବାଟଗୌଡ ସାହି ଆଦିରେ ଠାକୁରାଣୀ ଯାତ୍ରା ଆୟୋଜିତ ହୋଇଛି। ଏହି 3 ଗୋଟି ସ୍ଥାନର ଠାକୁରାଣୀ ଯାତ୍ରା ପ୍ରାରମ୍ଭରେ ପ୍ରଥମେ ପାରଳାର ଗ୍ରାମଦେବୀ ନୀଳାମ୍ନା ଠାକୁରାଣୀଙ୍କୁ ଆମନ୍ତ୍ରିତ କରାଯାଇଥିଲା। ମାଙ୍କୁ ଆମନ୍ତ୍ରଣ କରି ନେବା ପାଇଁ ମହିଳାମାନେ କଳସ ଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ | ପରେ ମଣ୍ଡପରେ ରୀତନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମା’ଙ୍କୁ ସ୍ଥାପନ କରାଯାଇଥିଲା। ଅତି ଯାକଜକମର ସହ ଘଟ ବାହାରି ନଗର ପରିକ୍ରମା କରାଯାଉଛି । ଏଥିରେ ନିଜ ନିଜ ଅଞ୍ଚଳର ବହୁ ସଂଖ୍ୟକ ସନ୍ଧ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ। ସହରର ଯାତ୍ରାରେ ବିଭିନ୍ନ ସ୍ଥାନରେ ଠାକୁରାଣୀ ଯାତ୍ରା ଅନୁଷ୍ଠିତ ହେଉଥ‌ିବାରୁ ସହର ଚଳଚଞ୍ଚଳ ହୋଇ ହାଇପଡ଼ିଛି। ଠାକୁ ରାଣୀ ଯାତ୍ରା ସମସ୍ତ ସ୍ଥାନରେ ତିନି ଦିନ ଧରି ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ