କାଶୀନଗର ରାୟଗଡ଼ ଓ ଗାରାବନ୍ଧ ଥାନାରେ ନୂତନ ଆଇଆଇସି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ପୋଲିସ ବିଭାଗରେ ଛୋଟଧରଣର ଅଦଳବଦଳ ହୋଇଥିବା ସୂଚନା ମିଳିଛି। ଗଜପତି ଜିଲ୍ଲା ଏସପି ଏସ. ସ୍ୱାତୀ କୁମାର କାଶୀନଗର, ରାୟଗଡ, ଗାରାବନ୍ଧ ପୋଲିସ ଥାନାରେ ନୂତନ ଭାବେ ୩ ଜଣଙ୍କୁ ଆଇଆଇସିଙ୍କୁ ଦାୟିତ୍ୱ ଦେଇଥିବା ଜଣାଯାଇଛି.ସୂଚନାଯୋଗ୍ୟଯେ, ଗତ ମାସରେ କାଶୀନଗର ଥାନା ଅଧିକାରୀ ଗୋବିନ୍ଦ ଗୌଡଙ୍କ ଅବସର ପରେ ଏହି ଥାନାରେ ଥାନା ଅଧିକାରୀ ପଦ ଖାଲିପଡ଼ିଥିଲା. ଏଠାକୁ ରାୟଗଡ଼ ଥାନା ଅଧିକାରୀ ସୁନୀଲ ବେହେରାଙ୍କୁ ବଦଳି କରାଯାଇଛି। ସେହିପରି ରାୟଗଡ଼ ଥାନାକୁ ଗାରବନ୍ଧ ଥାନା ଅଧିକାରିଣୀ ରିନାରାଣୀ ସାହୁଙ୍କୁ ବଦଳି ହୋଇଛି। ଗାରବନ୍ଧ ଥାନାକୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଥ‌ିବା ପ୍ରଶାନ୍ତ ନିଷିକାଙ୍କୁ ଅବସ୍ଥାପିତ କରାଯାଇଥିବାର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ