ନିଟ୍ ପରୀକ୍ଷାରେ କେନ୍ଦ୍ରାପଡା ମୋସନ ସେଣ୍ଟରର ସଫଳତା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା(ନିଟ୍‌) ରେ ଚଳିତ ବର୍ଷ କେନ୍ଦ୍ରାପଡା ମୋସନ ସେଣ୍ଟରର ଛାତ୍ରୀମାନେ ଭଲ ପ୍ରଦର୍ଶନ କରିଛନ୍ତି । ଏହି ସେଣ୍ଟରର ଦୁଇ ଛାତ୍ରୀ ପିଙ୍କି ଓ ଦେବସ୍ମିତା ପରୀକ୍ଷାରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେବା ସହ ଓଡିଶାର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ସିଟ୍ ପାଇବା ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି । ନିଟ୍ ପରୀକ୍ଷାରେ ସର୍ବମୋଟ ୭୨୦ନମ୍ବରରୁ ପିଙ୍କି ଦାସ ୬୪୭ ଓ ସଏବସ୍ମିତା ବେହେରା ୬୨୫ନମ୍ବର ରଖିଛନ୍ତି । ଏହି ସଫଳତା ପାଇଁ ମୋସନ ସେଣ୍ଟରର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀଙ୍କ ଭିତରେ ଖୁସିର ଲହରି ଖେଳି ଯାଇଛି । ସେମାନଙ୍କ ଏହି କୃତିତ୍ୱ ପାଇଁ ମୋସନ ସେଣ୍ଟରର ନିର୍ଦେଶକ ମଣ୍ଟଳୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି । ପ୍ରକାଶ ଥାଉକି ଏହି ସେଣ୍ଟରରେ ଚଳିତବର୍ଷ ଠାରୁ +୨ ବିଜ୍ଞାନରେ କୋଚିଂ ଦିଆଯିବାର ବ୍ୟବସ୍ଥା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ