ହାଟଡ଼ିହି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ନବ ନିର୍ବାଚିତ ବିଧାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁରର ନବ ନିର୍ବାଚିତ ବିଧାୟକ ଅଭିମନ୍ୟୁ ସେଠୀଙ୍କୁ ହାଟଡ଼ିହି ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଆଜି ସକାଳେ ବିଧାୟକ ଅଭିମନ୍ୟୁ ସେଠୀ ବିଧାୟକ ଭାବେ ନିର୍ବାଚିତ ହେବା ପରେ ପ୍ରଥମକରି ବ୍ଲକ କାର୍ଯ୍ୟାଳୟକୁ ଆସିଥିବାରୁ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ନିର୍ବାହୀ ଯନ୍ତ୍ରୀ ଜ୍ଞାନେନ୍ଦ୍ର ଜେନା ଓ ବ୍ଲକର ସମସ୍ତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇ କାର୍ଯ୍ୟାଳୟକୁ ପାଛୋଟି ନେଇଥିଲେ। ପରେ ପଞ୍ଚାୟତ ସମିତି ସଭାଗୃହ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତାଙ୍କୁ କାର୍ଯ୍ୟାଳୟ ପକ୍ଷରୁ ଉଛସ୍ୱିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲାପରିଷଦ ବିମ୍ବାଧର ବିଶ୍ୱାଳ, କୌଶଲ୍ୟା ସେଠୀ, ସୁକାନ୍ତି ଯେନା, ସରପଞ୍ଚ ସଂଘର ସଭାପତି ଚିନ୍ମୟ ନାୟକ ପ୍ରମୁଖ ଯୋଗଦେଇ ବ୍ଲକର ଉନ୍ନୟନ କାର୍ଯ୍ୟ ଉପରେ ବିଧାୟକ ଙ୍କ ସହଯୋଗ କାମନା କରିଥିଲେ। ଏଥିରେ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ