ବରିଷ୍ଠ କଂଗ୍ରେସ କର୍ମୀଙ୍କ ବିୟୋଗ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କପାଳେଶ୍ୱର ପଞ୍ଚାୟତ ଅଧିନସ୍ଥ ସମଲପୁର ଗ୍ରାମର ବରିଷ୍ଠ ନାଗରିକ ଯୁଧିଷ୍ଠିର ସ୍ୱାଇଁଙ୍କର ଅଠାଅଶୀ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସ୍ୱର୍ଗତ ଭାଗବତ ପ୍ରସାଦ ମହାନ୍ତିଙ୍କ ସମୟରୁ ରାଜନୈତିକ ଜୀବନ ଆରମ୍ଭ କରି ଶେଷ ଜୀବନ ପର୍ଯ୍ୟନ୍ତ ସେ ଜଣେ ଗାନ୍ଧୀବାଦୀ କଂଗ୍ରେସ କର୍ମୀ ଭାବରେ ନିଜର ସାଂଗଠନିକ ଦକ୍ଷତାର ପରିଚୟ ପ୍ରଦାନ କରିଛନ୍ତି । ଆଜୀବନ ଖଦଡ ପିନ୍ଧି ନିଷ୍ଠାପର ଓ ନିର୍ଭିକ ଭାବରେ ସମାଜ ସେବାରେ ନିଜକୁ ନିୟୋଜିତ କରି ଜନମାନସରେ ପ୍ରଶଂସିତ ହୋଇ ଥିଲେ । କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା,ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ, ହରିଶ ପଟ୍ଟନାୟକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ