ପଞ୍ଚତୀର୍ଥ ଦର୍ଶନ

ତୀର୍ଥ ବୁଲି ଆଉ ଯିବି କାହିଁ
ତୋ ପାଦେ ଶରଣ ଗଲି ମୁହଁ,
ପଞ୍ଚ ତୀର୍ଥକ୍ଷେତ୍ର
ତୋହରି ଚରଣେ,
ଜଗତର ନାଥ ଅଟୁ ତୁହି ।

ପଞ୍ଚ ମନ ମେଳି ହୋଇଲେଣି
ତୀର୍ଥ ବୁଲା କଥା କହିଲେଣି,
ସବୁରି ତୁଣ୍ଡରେ
ତୁମ ଶ୍ରୀଚରଣେ,
ପଞ୍ଚତୀର୍ଥ ତାଙ୍କୁ ଦିଶେ ଯହିଁ ।

ମନ ସ୍ଥିର ତର ତର ନାହିଁ
ବେଶି ଦୂର ନୁହେଁ ପାଶେ ତହିଁ,
ଶଙ୍ଖନାଭିକ୍ଷେତ୍ର
ମଧ୍ୟେ ଶ୍ରୀମନ୍ଦିର,
ଚତୁଃପାର୍ଶ୍ଵେ ପଞ୍ଚତୀର୍ଥ ଯହିଁ ।

ଦିଶେ ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗା
ମାର୍କଣ୍ଡରେ ମନ ବୁଡ ପକା,
ମହୋଦଧି ପରେ
ରୋହିଣୀକୁଣ୍ଡରେ,
ସ୍ନାନ ସାରି ବେଢା ବୁଲ ତୁହି ।

ସ୍ନାନସାରି କର ଦରଶନ
ଶ୍ରୀମନ୍ଦିରରେ ଚକାନୟନ,
ଆନନ୍ଦ ବଜାରେ
ଅଭଡା ଭୁଞ୍ଜାଇ,
ଚତୁବର୍ଗ ପୂଣ୍ଯ ଅର୍ଜ ତୁହି ।

ଗଦାଧର ସାହୁ,
କଙ୍କଡ଼ାଦ୍ଵୀପ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ