ଦୁଇ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠି
ନିମାପଡା,(ସନ୍ତୋଷ କୁମାର ଦାଶ): ଶନିବାର ଦିନ ସାରା ରାଜ୍ୟ ରେ ଥିବା ଓକିଲ ସଂଘ ପକ୍ଷରୁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ନିମାପଡ଼ା ବାର ଆସୋସିଏସନ ନିର୍ବାଚନ ରେ ସଭାପତି ଭାବେ ଅଭିମନ୍ୟୁ ସ୍ୱାଇଁ ନିର୍ବାଚିତ ହୋଇ ଥିବାବେଳେ ଉପ ସଭାପତି ଭାବେ ଦ୍ଵିଜବର ସ୍ୱାଇଁ, ସମ୍ପାଦକ ଭାବେ ପ୍ରଭାତ କୁମାର ନାୟକ ଓ ସହ ସମ୍ପାଦକ ଭାବେ ରାଧାଶ୍ୟାମ ଜେନା ନିର୍ବାଚିତ ହୋଇଥିବା ନିର୍ବାଚନ ଅଧିକାରୀ ଦାୟିତ୍ଵ ରେ ଥିବା ଆଇନଜିବୀ ଗୌରାଙ୍ଗ ଚରଣ ସାହୁ ସୂଚନା ଦେଇଛନ୍ତି। ସେହିପରି ନିମାପଡ଼ା ଜୁଡ଼ିସିଆଲ ବାର ଆସୋସିଏସନର ସଭାପତି ଭାବେ ସର୍ବସମ୍ମତି କ୍ରମେ ବାମନ ଚରଣ ନାୟକ, ଉପ ସଭାପତି ଭାବେ ମିହିର ରଞ୍ଜନ ମହାନ୍ତି,ସମ୍ପାଦକ ଭାବେ ପ୍ରଶାନ୍ତ କୁମାର ରାଉତରାୟ ଓ ସହ ସମ୍ପାଦକ ଭାବେ ସରୋଜ କୁମାର ଦାଶ ମନୋନୀତ ହୋଇଥିବା ନିର୍ବାଚନ ଅଧିକାରୀ ଦାୟିତ୍ଵ ରେ ଥିବା ଆଇନଜିବୀ ପ୍ରତାପ କୁମାର ପଣ୍ଡା ପ୍ରକାଶ କରିଛନ୍ତି।


