କେସି ହାଇସ୍କୁଲ ପୁରାତନ ଛାତ୍ର ସଂଘର ଅଷ୍ଟମ ଅଧିବେଶନ ଅନୁଷ୍ଠିତ

ବ୍ରହ୍ମପୁର,(ସୁଦିପ କୁମାର ସାହୁ): କେ ସି ହାଇସ୍କୁଲ ପୁରାତନ ଛାତ୍ର ସଂଘ ର ଅଷ୍ଟମ ଅଧିବେଶନ ପ୍ରଭୁ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗୋକୁଳ ଧାମ ପରିସରରେ ଆୟୋଜିତ ହୋଇଯାଇଛି । ସଭାପତି ଜଗନ୍ନାଥ ରାଉତ, ଉପ ସଭାପତି ରାଧାରମଣ ଚୌଧୁରି, କୋଷାଧକ୍ଷ ଉମେଶ ଚୌଧୁରୀ , ତାରିଣୀ ସାମନ୍ତରାୟ , ଦୁର୍ଗା ପଟ୍ଟନାୟକ, ଅଜିତ ପଟନାୟକ, ପାର୍ଥ ନାୟକ,ଶ୍ୟାମ ଘନ ସାହୁ, ଭାଗିରଥୀ ପାଣିଗ୍ରାହି,ରଜନୀ ମଣ୍ଡଳ ପ୍ରମୁଖ ଏହି ଅବସରର ଉପସ୍ଥିତ ଥିଲେ।ଏଠାରେ ଆଗାମୀ ଦିନର ବିଭିନ୍ନ କାର୍ଯ୍ୟପନ୍ଥା ନେଇ ଆଲୋଚନା କରାଯାଇଥିଲା ।ସମ୍ପାଦକ ବାବୁଲି ସାହୁ ଶେଷରେ ଧନ୍ୟ ବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ