ଦଳପତି ମହାସଭାର ଦ୍ବିମାସିକ ବୈଠକ ଅନୁଷ୍ଠିତ
ବ୍ରହ୍ମପୁର,(ସୁଦିପ କୁମାର ସାହୁ):ଦଳପତି ମହାସଭାର ଦ୍ବିମାସିକ ବୈଠକ ପାଣିଗ୍ରାହୀପେଣ୍ଠ ସାହିସ୍ଥିତ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣ ମଧ୍ଯରେ , ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ତଥା ପ୍ରାକ୍ତନ ବିଧାୟକ ଶିବଶଙ୍କର ସାହାଣୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟକାନ୍ତ ପାତ୍ର, ସାଧାରଣ ସଂପାଦକ ବିଗତ ବୈଠକର ବିବରଣୀ ସଭାଗୃହରେ ଉପସ୍ଥାପନ କରିଥିଲେ ଯାହା ଗୃହିତ ହୋଇଥିଲା । ଗତ ବୈଠକର ନିଷ୍ପତ୍ତି କ୍ରମେ ରକ୍ଷା ବଂଧନ ଓ ଗହ୍ମାପର୍ବ ପଳନ ଅବସରରେ , ଦଳପତି ମହାସଭା ତରଫରୁ ସନ୍ତୋଷ ପାତ୍ର ଓ ରବି ସାହାଣୀଙ୍କ ଉଦ୍ୟମରେ ସମାଜରେ ଶାନ୍ତି ଓ ଭାଇଚାରା ପ୍ରତିଷ୍ଠା ପାଇଁ ସଚେତନ ସଭା ଓ ପରେ ବୃକ୍ଷରୋପଣ କରାଯାଇଥିଲା ।ଦଳପତି ବାସଭବନ ତଥା ଦଳପତି କାର୍ଯ୍ଯାଳୟ ନିର୍ମାଣ ନିମନ୍ତେ ସଭାପତିଙ୍କ ନାମରେ ଥିବା ଗାନ୍ଧୀନଗର ଦଶମ ସରଣୀରେ କାର୍ଯ୍ଯାଳୟ ନିର୍ମାଣ ପାଇଁ ଭୂମିପୂଜା କାର୍ଯ୍ୟ ସରିଥିବା କଥା ଶ୍ରୀଯୁକ୍ତ ସାହାଣୀ ଦର୍ଶାଇ ଥିଲେ । ବିଭିନ୍ନ ଅଞ୍ଚଳରେ ଦଳପତି କମିଟି ଗଠନ ପାଇଁ ଆବଶ୍ଯକ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇଥିଲା ।ସଭାକାର୍ଯ୍ଯରେ ଉପଦେଷ୍ଟା ଡକ୍ଟର ପ୍ରଫୁଲ୍ଲ ଦଳେଇ ଙ୍କ ସମେତ ଅନ୍ଯାନ୍ଯ କର୍ମକର୍ତ୍ତା ଡକ୍ଟର ଶଂକର ମାଝି , ସୁବାସ ପାତ୍ର, ପର୍ଶୁରାମ ଜେନା, କମଳ ପାତ୍ର, କୁନା ବିଷୋଇ, ପ୍ରସନ୍ନ ବିଷୋଇ, ରବି ସାହାଣୀ, ଧର୍ମରାଜ ପାତ୍ର, ସଂଗ୍ରାମ ପାତ୍ର, ବଳଭଦ୍ର ଦଳେଇ, ପବିତ୍ର ନାୟକ, ବୁନୁ ରାଉତ, ପ୍ରଦୀପ ସାହାଣୀ ,କାର୍ତ୍ତିକ ରାଉତ ,ଦେବରାଜ କୋଠିଆ, ଶାନ୍ତନୁ ପାତ୍ର,ରବିନ୍ଦ୍ର ମାଝି,ଶାନ୍ତି ରାଉତ, କାର୍ତ୍ତିକ ଜେନା , ସାଇପ୍ରସାଦ ପାତ୍ର ପ୍ରଭୂତ ଯୋଗଦେଇ ସଭାକାର୍ଯ୍ଯରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ ପାତ୍ର ଧନ୍ୟବାଦ ପ୍ରସ୍ତାବ ପ୍ରଦାନ କରିଥିଲେ । ଏହାପରେ,ଦଳପତି ମହାସଭାର ସଭାପତିଙ୍କ ନିମନ୍ତ୍ରଣ କ୍ରମେ ,ଫାଷ୍ଟ ଗେଟ ନିକଟସ୍ଥ, ଗଂଜାମ ଟ୍ରକ ମାଲିକ ସଂଘ ତରଫରୁ ଆୟୋଜିତ ନୂତନ ବିନାୟକ ମନ୍ଦିର ନିର୍ମାଣ ଅବସରରେ ପ୍ରସାଦ ସେବନ କରାଯାଇଥିଲା ।


