ଅସନ୍ତୁଷ୍ଟ ବିଜେଡି କର୍ମୀ ବିଜେପିରେ ସାମିଲ
କୋଣାର୍କ(ଆପ୍ର): ଦଳବଦଳ ରାଜନୀତିରେ ଅସନ୍ତୁଷ୍ଟ ହୋଇ ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିରେ କୋଣାର୍କ ଥାନା ଅଧୀନ କୁରୁଜଙ୍ଗ ପଞ୍ଚାୟତସ୍ଥିତ ତାଳସୁଆଁ ଗ୍ରାମର ଶତାଧିକ ପରିବାର ସାମିଲ ହୋଇଥିବା ଜଣାପଡ଼ିଛି । ପ୍ରକାଶ ଯେ, କାକଟପୁର ନିର୍ବାଚନମଣ୍ଡଳୀରେ ଦଳବଦଳ ରାଜନୀତିକୁ ନେଇ ଭୋଟରମାନେ ଦ୍ୱନ୍ଦ୍ୱରେ ପଡ଼ିଥିବାବେଳେ ଗତ ବୁଧବାର ଏହି ନିର୍ବାଚନମଣ୍ଡଳୀ ଅଧୀନ ୭୨ ନଂ ବୁଥ୍ ତାଳସୁଆଁ ଗ୍ରାମର ୧୩ ଓ ୧୪ ନଂ ୱାର୍ଡର ଶତାଧିକ ପରିବାର ସଞ୍ଜୟ କୁମାର ବାହିନୀପତି, ମହେଶ୍ୱର ସ୍ୱାଇଁ, ମୁରଲୀଧର ବେହେରା, ବାପି ଜେନା, କାହ୍ନୁଚରଣ ବିଶ୍ୱାଳଙ୍କ ନେତୃତ୍ୱରେ ୧୫୦ରୁ ଊଦ୍ଧ୍ୱର୍ କର୍ମୀ ବିଜୁ ଜନତା ଦଳ ପରିତ୍ୟାଗ କରି ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ସେମାନଙ୍କୁ କାକଟପୁର ନିର୍ବାଚନମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ରବି ମଲ୍ଲିକ୍ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଉଥିଲେ । ଏଥିସହ ଭାରତୀୟ ଜନତା ପାର୍ଟି ପାଇଁ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ ।