ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ହୁଣ୍ଡିରୁ ମିଳିଲା ୫୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ୬୪ ଗ୍ରାମ ସୁନା ଓ ୧ କେଜି ୭୬୪ ଗ୍ରାମ ରୁପା

ରାୟଗଡ଼ା ,  ( ଯୋଗେଶ୍ୱର ଦାସ ): ରାୟଗଡ଼ା ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ହୁଣ୍ଡିରୁ ବାହାରିଛି ୫୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା। ଆଜି ୯ଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିବା ବେଳେ ମୋଟ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା ମିଳିଛି। ଏଥିସହ ୬୪ ଗ୍ରାମ ସୁନା ଓ ୧ କେଜି ୭୬୪ ଗ୍ରାମ ରୁପା ଅଳଙ୍କାର ମଧ୍ୟ ମିଳିଛି। ମାଁ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଆଜି ୯ଟି ଦାନ ହୁଣ୍ଡି ଖୋଲାଯାଇଥିଲା। କଡ଼ା ସୁରକ୍ଷା ମଧ୍ୟରେ ରାୟଗଡ଼ା ୟୁନିଅନ୍ ବ୍ୟାଙ୍କ ମୁଖ୍ୟ ଶାଖାରେ ହୁଣ୍ଡି ଟଙ୍କା ଗଣତି କରାଯାଇଥିଲା। ଗଣତି ପରେ ମୋଟ ୫୪ ଲକ୍ଷ ୧୫ ହଜାର ୯୦୨ ଟଙ୍କା ମିଳିଛି। ଏଥିରେ ୫୦୦ ଟଙ୍କିଆ ୨,୬୭୯ଟି, ୨୦୦ ଟଙ୍କିଆ ୧,୪୮୮ଟି, ୧୦୦ ଟଙ୍କିଆ ୨୨,୦୩୪ଟି, ୫୦ ଟଙ୍କିଆ ୧୪,୮୦୬ଟି ଏବଂ ୨୦ ଟଙ୍କିଆ ୨୧,୪୬୦ଟି ନୋଟ୍ ରହିଛି। ଏଥିସହ ହୁଣ୍ଡିରୁ ଆମେରିକୀୟ ଡଲାର, ଓମାନ୍‌ର ରିଆଲ୍, ସାଉଦି ରିଆଲ୍ ଓ ୟୁଏଇ ଦିରହାମ୍ ସମେତ ବିଭିନ୍ନ ବିଦେଶୀ ମୁଦ୍ରା ଓ କଏନ୍ ମିଳିଛି। ସେହିପରି ୬୪ ଗ୍ରାମ ସୁନା ଏବଂ ୧ କେଜି ୭୬୪ ଗ୍ରାମ ରୁପା ଅଳଙ୍କାର ମିଳିଛି। ମାଁଙ୍କ ପ୍ରତି ଭକ୍ତଙ୍କ ଆସ୍ଥାର ଏହି ଦାନକୁ ନେଇ ଭକ୍ତଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ