ପୌରପାଳିକାରେ ୬୬ ତମ ସ୍ୱାୟତ୍ତ ଦିବସ
ରାଇରଙ୍ଗପୁର,(ୱାଇଏନଏସ): ରାଇରଙ୍ଗପୁର ପୌରପାଳିକା ତରଫରୁ ୬୬ ତମ ସ୍ୱାୟତ୍ତ ଶାସନ ଦିବସ – ୨୦୨୬ ସ୍ଥାନୀୟ ଷ୍ଟାଡିୟମ ପଡ଼ିଆରେ ପାଳିତ ହୋଇଯାଇଛି ।ରାଇରଙ୍ଗପୁର ପୌରାଧ୍ଯକ୍ଷ ଅଭିଷେକ ପଟନାୟକ ପତକା ଉତ୍ତୋଳନ କରିଥିଲେ । ଦିନ ତମାମ ଅବାରିତ ବର୍ଷା ଯୋଗୁଁ ଵିଦ୍ଯାଳୟର ଛାତ୍ରଛାତ୍ରୀମାନେ ପେରେଡରେ ଅଂଶ ଗ୍ରହଣ କରିପାରିନଥିଲେ ।ପୌରାଧ୍ୟକ୍ଷ କହିଥିଲେ ରାଇରଙ୍ଗପୁର ପୌରପାଳିକାର ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜନୈତିକ ମତଭେଦ ଭାବ ଭୁଲି ସମସ୍ତଙ୍କର ମିଳିତ ସହଯୋଗ ଆବଶ୍ୟକ ।ସମସ୍ତେ ରାଇରଙ୍ଗପୁର ସହରକୁ ସବୁଜ, ସ୍ବତଃ, ପରିଷ୍କାର ଓ ପରିଚ୍ଛନ୍ନ କରି ସୁନ୍ଦର ସହର ଗଢ଼ିବା ପ୍ରୟାସ ସମସ୍ତେ ଜାରି ରଖିବା ଉଚିତ । ଦିର୍ଘ ୫ ବର୍ଷରେ ରାଇରଙ୍ଗପୁର ସହର ବିକାଶ, ଉନ୍ନତିକରଣ, ପାର୍କ, ଝିମ୍, କଲ୍ୟାଣ ମଣ୍ଡପ, ସେଲଫି ପଏଣ୍ଟ, ବର୍ଜ୍ୟବସ୍ତୁ ଟ୍ରିଟମେଣ୍ଟ ପ୍ଲାଣ୍ଟ, ଆଶ୍ରୟ ଗୃହ, ସ୍ଵର୍ଗଦ୍ଵାର, ମହତାବ ଭବନ ଉନ୍ନତିକରଣ, ପୋଖରୀ ଉନ୍ନତିକରଣ,ବୃକ୍ଷ ରୋପଣ,ଯୋଗକେନ୍ଦ୍ର,ଅତ୍ୟାଧୁନିକ ପୌରପାଳିକା କାର୍ଯ୍ୟାଳୟ, ରାସ୍ତାଘାଟ, ଉଜ୍ଵଳିକରଣ, ଆବାସ ଯୋଜନାରେ ହିତାଧିକାରୀଙ୍କୁ ଗୃହ ବଣ୍ଟନ, ଏସଏସଜି ମହିଳା ସଶକ୍ତିକରଣ, ମୁକ୍ତା ଯୋଜନା, ଵଡବନ୍ଧ ଉନ୍ନତିକରଣ ଓ ବୋଟିଂବ୍ୟବସ୍ଥା ଭଳି ବହୁ ଯୋଜନା କରାଯାଇଛି ।ଆଗକୁ ମଧ୍ୟ ବହୁ ଯୋଜନା କାର୍ଯ୍ୟକାରୀ କରାଯିବ ।ଏହି କାର୍ଯ୍ୟକ୍ରମରେ ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ, ସମସ୍ତ କାଉନସିଲର ବୃନ୍ଦ, ପୌରନିର୍ବାହୀ ଅଧିକାରିଣୀ ଶକୁନ୍ତଳା ହାଁସଦାଃ, କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ ମୃତ୍ୟୁଞ୍ଜୟ ପହି, ଆକାଉଣ୍ଟାଣ୍ଟ ତନ୍ମୟ ସାହୁ, ମନୋଜ ମଣ୍ଡଳ, ଚିନ୍ମୟ ବିଶ୍ବାଳ, ସମସ୍ତ ପୌର କର୍ମଚାରୀ ,ସ୍ଵଛ ସାଥୀ,ସ୍ବଛ ମିତ୍ର, ଏସଏସଜି ସ୍ବୟଂ ସହାୟିକା ଗୋଷ୍ଠୀ ସଫେଇ କର୍ମଚାରୀ ପ୍ରମୁଖ ସାମିଲ ହୋଇଥିଲେ ।


