ଯୁବ ସ୍ୱାସ୍ଥ୍ୟ ଅଭିମୂଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିୟରକଲେଜ) ର ଯୁବ ରେଡକ୍ରସ ସଂସ୍ଥା ଜରିଆରେ ଯୁବ ସ୍ୱାସ୍ଥ୍ୟ ଅଭିମୂଖୀକରଣ କାର୍ଯ୍ୟକ୍ରମ ଅଧ୍ୟକ୍ଷା ସସ୍ମିତା ସାମନ୍ତାରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥୀ ଭାବେ ଓଡିଶାର ଯୁବ ରେଡ କ୍ରସ ଅଧିକାରୀ ଡଃ.ଅଜୟ କୁମାର ତ୍ରିପାଠୀ ଯୋଗଦେଇ ଜୀବନରେ ଯୁବାବସ୍ଥାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଛତ୍ରପୁର ଉପଖଣ୍ଡ ଚିକତ୍ସାଳୟର ଡାକ୍ତର ନିକୁଞ୍ଜ ବିହାରୀ ଦାସ ଯୋଗଦେଇ ଯୁବାବସ୍ଥାର ବିଭିନ୍ନ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା , କର୍ମଚାରୀ ଓ ସମସ୍ତ ଯୁକ୍ତ ଦୁଇ ପ୍ରଥମ ଓ ଦ୍ୱିତୀୟ ବର୍ଷ କଳା ଛାତ୍ରୀ ମାନେ ଯୋଗଦେଇ ଥିଲେ । ଶେଷରେ ଅଧ୍ୟାପିକା କିରଣବାଳା ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ