ବିଶ୍ୱ ଅର୍ଥନୈତିକ ଫୋରମ ୨୦୨୦ରେ ଟାଟା ଷ୍ଟିଲ କଳିଙ୍ଗନଗର ସମ୍ମାନିତ
କଳିଙ୍ଗନଗର-: ଗ୍ଲୋବାଲ ଲାଇଟହାଉସ୍ ନେଟୱର୍କରେ ଗ୍ରହଣୀୟତା ପାଇଁ ଟାଟା ଷ୍ଟିଲ କଳିଙ୍ଗନଗର (ଟିଏସକେ)କୁ ବିଶ୍ୱ ଅର୍ଥନୈତିକ ଫୋରମ (ଡ଼ବ୍ଲ୍ୟୁଇଏଫ) ୨୦୨୦ରେ ସମ୍ମାନିତ କରାଯାଇଛି । ଗ୍ଲୋବାଲ ଲାଇଟହାଉସ୍ ନେଟ୍ୱର୍କ ହେଉଛି ଏକ କ୍ଷୁଦ୍ର କିନ୍ତୁ ବର୍ଦ୍ଧିଷ୍ଣୁ କର୍ପୋରେଟ ଗୋଷ୍ଠୀ ଯାହା ୪ର୍ଥ ଶିଳ୍ପ ବିପ୍ଲବର ପ୍ରଯୁକ୍ତି ଉପଯୋଗ କ୍ଷେତ୍ରରେ ନେତୃତ୍ୱ ପ୍ରଦର୍ଶନ କରୁଛି । ମାକିନ୍ସେ ଏଣ୍ଡ କଂପାନୀ ସହଯୋଗରେ ଏହା ହେଉଛି ବିଶ୍ୱ ଅର୍ଥନୈତିକ ଫୋରମର ଏକ ପ୍ରକଳ୍ପ । ଟାଟା ଷ୍ଟିଲ ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଟି.ଭି.ନରେନ୍ଦ୍ରନ ଡ଼ାଭୋସରେ ଅନୁଷ୍ଠିତ ବିଶ୍ୱ ଅର୍ଥନୈତିକ ଫୋରମ (ଡ଼ବ୍ଲ୍ୟୁଇଏଫ) ୨୦୨୦ରେ କଂପାନୀର ପ୍ରତିନିଧିତ୍ୱ କରିବା ଅବସରରେ ଗ୍ଲୋବାଲ ଲାଇଟହାଉସ୍ ନେଟୱର୍କର ବେସରକାରୀ ନୈଶ ଭୋଜିରେ ଯୋଗ ଦେଇଥିଲେ । ସେ ଏହି ପୁରସ୍କାର ମାକିନ୍ସେ ଏଣ୍ଡ କଂପାନୀର ବରିଷ୍ଠ ଅଂଶୀଦାର ସୁଶ୍ରୀ କାଟି ଜର୍ଜ ଓ ସେପିଙ୍ଗ ଦି ଫ୍ୟୁଚର ଅଫ ଆଡ଼ଭାନସ୍ଡ଼ ମାନ୍ୟୁଫାକଚରିଂ ଏଣ୍ଡ ପ୍ରଡ଼କସନ ମୁଖ୍ୟ, ଡ଼ବ୍ଲ୍ୟୁଇଏଫ ଫ୍ରାନସିସ୍କୋ ବେଟିଙ୍କ ନିକଟରୁ ଗ୍ରହଣ କରିଥିଲେ । ଏକମାତ୍ର ଭାରତୀୟ ଉତ୍ପାଦନକାରୀ କଂପାନୀ ଭାବେ ଟିଏସକେ ୨୦୧୯ ମସିହା ଜୁଲାଇ ମାସରେ ଡ଼ବ୍ଲ୍ୟୁଇଏଫର ଲାଇଟହାଉସ୍ ନେଟୱର୍କରେ ସାମିଲ ହୋଇଥିଲା । ଟାଟା ଷ୍ଟିଲର ନେଦରଲାଣ୍ଡସ୍ଥିତ ଇଜମୁଦ୍ଦେନ ପ୍ଲାଣ୍ଟ ଏହି ନେଟଓ୍ର୍କରେ ରହିଛି ।