ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରତ୍ୱରିତ କ୍ରିୟାନ୍ୱୟନରେ ସହାୟକ ହେବ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ- ଚଳିତବର୍ଷ ‘ପ୍ରଗତି’ର ପ୍ରଥମ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ସମୀକ୍ଷା କରି ଏହି ପ୍ରକଳ୍ପକୁ ଗତିଶୀଳ କରିବା ପାଇଁ ପଦକ୍ଷେପ ନେଇଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏପ୍ରକାର ସମୀକ୍ଷା ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନିଶ୍ଚିତରୂପେ ତ୍ୱରିତ କ୍ରିୟାନ୍ୱୟନର ରାସ୍ତାକୁ ନେବ ଏବଂ ପ୍ରକଳ୍ପ ଶୀଘ୍ର ସମୟରେ ପୂର୍ଣ୍ଣାଙ୍ଗ ହେବ ବୋଲି ଶ୍ରୀ ପ୍ରଧାନ ଆଶା ପ୍ରକାଶ କରିଛନ୍ତି । ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀର ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ପଡିଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା ପାଇଁ ‘ପ୍ରଗତି’ର ଶୁଭାରମ୍ଭ କରିଥିଲେ । ଏହା ମାଧ୍ୟମରେ ଦେଶରେ ଦୀର୍ଘ ସମୟ ଧରି ପଡି ରହିଥିବା ମହତ୍ୱପୂର୍ଣ୍ଣ ପ୍ରକଳ୍ପ ଗୁଡିକକୁ ଖୋଦ୍ ପ୍ରଧାନମନ୍ତ୍ରୀ ତଦାରଖ କରୁଛନ୍ତି । ବର୍ଷ ୨୦୨୦ ପ୍ରଥମ ପ୍ରଗତି ବୈଠକରେ ୨୮୯ କିମି ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନର ସମୀକ୍ଷା କରି ପ୍ରଧାନମନ୍ତ୍ରୀ ତାଙ୍କର ଓଡିଶା ପ୍ରତି ଥିବା ପ୍ରାଥମିକତାକୁ ସୂଚାଇଛନ୍ତି । ଏହି ପ୍ରଗତିର ବୈଠକରେ ବହୁ ପ୍ରତିକ୍ଷୀତ ଏହି ପ୍ରକଳ୍ପକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ସହଯୋଗ ଅପେକ୍ଷା କରିଛନ୍ତି । ଉଭୟ ଭାରତ ସରକାର ଓ ରାଜ୍ୟ ସରକାର ମିଶି ଓଡିଶାର ସାମଗ୍ରିକ ବିକାଶ ପାଇଁ ଏହି ପ୍ରକଳ୍ପକୁ ପୂରା କରିବେ ଏହା ପ୍ରଧାନମନ୍ତ୍ରୀଙ୍କର ଅପେକ୍ଷା ରହିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପର ପରିକଳ୍ପନା ବହୁତ ପୁରୁଣା । କିନ୍ତୁ ଏହି ପ୍ରକଳ୍ପକୁ ପୂର୍ବରୁ ଦିଲ୍ଲୀ ସରକାରରେ ଦାୟିତ୍ୱରେ ଥିବା ସରକାର ଏବଂ ରାଜ୍ୟ ସରକାର ଯେତେମାତ୍ରାରେ ପ୍ରାଥମିକତା ଦେବା କଥା ଦେଇନଥିଲେ । ଏହି କାରଣରୁ ପ୍ରକଳ୍ପଟି ସ୍ଥଗିତ ରହିଥିଲା । ମାତ୍ର ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ୧୯୯୫ ମସିହାରୁ ସ୍ଥଗିତ ଥିବା ଏହି ପ୍ରକଳ୍ପ ଗତିଶୀଳ ହେଲା ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ମୋଦି ସରକାର ଓଡିଶା ସରକାରଙ୍କ ସହ ମିଶି ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ପ୍ରତିବଦ୍ଧ । ଖୋର୍ଦ୍ଧା-ବଲାଙ୍ଗିର ରେଳ ଲାଇନ ସମ୍ପୂର୍ଣ୍ଣ ହେଲେ ଏହା ଅଂଚଳିକ କ୍ଷେତ୍ରରେ ଅର୍ଥନୀତିକୁ ବଳ ଦେବ । ଓଡିଶାର କଲ୍ୟାଣ ଓ ବିକାଶ ନରେନ୍ଦ୍ର ମୋଦିଙ୍କ ପ୍ରାଥମିକତା ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ