ଜାତୀୟ ଭୋଟର ଦିବସ ପାଳିତ

ଭଂଜନଗର ,(ଯୁଗାବ୍ଦ ନ୍ୟୁଜ୍‌) : ଭଂଜନଗର ସହରରେ ଜାତୀୟ ଭୋଟର ଦିବସ ଶନିବାର ଉପଜିଲ୍‌।ପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଓ ବୁଦ୍ଧିଜୀବି ଓ ସ୍ଥାନୀୟ ଯୁବପିଢି ମାନଙ୍କ ଦ୍ୱାରା ଆମେ ସମସ୍ତେ ଭାରତର ନାଗରିକ । ଭୋଟ ଦେବା ଆମ ଅଧିକାର । ଭୋଟ ଦେଇ ଆମେ ନିଜକୁ ଗର୍ବିତ ମନେ କରିବା ସହ ଭୋଟ ଦେବା ନିମନ୍ତେ ସହରବାସୀ ଙ୍କ ୁସଚେତନତା କରାଇଥିଲେ । ଏଥିସହ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରିବା ସହ ଚିତା ଝୋଟି ଆଙ୍କି ଭୋଟର ମାନଙ୍କୁ ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଏସ.ଡି.ପି. ଓ ଶୁଭ୍ରାଂଶୁ ଶେଖର ମିଶ୍ର, ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଭାଗ ନେଇଥିଲେ। ଆଜି ସକାଳ ୭ ଘଟିକା ଠାରୁ ନୂତନ ଓ ପୁରାତନ ଭୋଟର ଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଦଶମ ଜାତୀୟ ଭୋଟର ଦିବସ ଭଞ୍ଜନଗର ସହରର ମୁଖ୍ୟ ରାସ୍ତାରେ ମହାଆଡମ୍ବରରେ ପାଳନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ