ଜିଲ୍ଲା ଶିକ୍ଷାବିଭାଗର ଯୁଗାନ୍ତକାରୀ କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ୱାଗତ

ଆସିକା (ୱାଇଏନ୍‍ଏସ୍‍) : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୭ ମାଟ୍ରିକ ପରୀକ୍ଷା ଆଉମାତ୍ର କିଛି ମାସ ପରେ ହେବାର କାର୍ଯ୍ୟକ୍ରମ ରହିଛି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଜୀବନରେ ମାଟ୍ରିକ ପରୀକ୍ଷାର ବେଶ୍‍ ଗୁରୁତ୍ୱ ରହିଛି । ମାଟ୍ରିକ ପରୀକ୍ଷା ବିଦ୍ୟାର୍ଥୀଙ୍କ ଜୀବନର ଏକ ମାଇଲ୍‍ଖୁଣ୍ଟ ସଦୃଶ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆସନ୍ତା ମାଟ୍ରିକ ପରୀକ୍ଷାକୁ ନେଇ ବିଦ୍ୟାର୍ଥୀ, ପିତାମାତା, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ଗୁରୁଜନ, ଶିକ୍ଷା ବିଭାଗ ଓ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଧୈର୍ଯ୍ୟ, ସାହସ, ସହନଶୀଳତା, ନୈତିକତା ଓ ମାନବୀୟ ମୂଲ୍ୟବୋଧର ମୂଲ୍ୟାୟାନ କରାଯାଇଥାଏ । ମାଟ୍ରିକ ପରୀକ୍ଷାରେ ଭଲ ଫଳ ପ୍ରଦର୍ଶନ କରିବାକୁ ହେଲେ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମର ପ୍ରତ୍ୟେକ ବିଷୟକୁ ବାରମ୍ବର ବିଶ୍ଳେଷଣ କରିବାକୁ ପଡିଥ।।ଏ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୩୩ଟି ହାଇସ୍କୁଲରେ ଗତ କିଛି ଦିନ ତଳେ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ମାଟ୍ରିକ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଥିବା ବେସ୍‍ଲାଇନ୍‍ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀମାନେ ୮୦ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ସେମାନେ ଯେପରି ଆଗାମୀ ମାଟ୍ରିକ ପରୀକ୍ଷାରେ ଆହୁରି ଅଧିକ ମାର୍କ ରଖି ଯେପରି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ମଙ୍ଗଳବାର ଠାରୁ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡା ପରିସରରେ ଦୁଇ ଦିବସୀୟ ଦକ୍ଷତା ବୃଦ୍ଧି କର୍ମଶାଳା ଆରମ୍ଭ ହୋଇଯାଇଛି । ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ଏବଂ ଅତିରିକ୍ତ ଜିଲ୍ଲା ଶିକ୍ଷାଧଇକାରୀ ଶ୍ରୀମତୀ ଡଃ ପ୍ରଭାତୀ ମହାପାତ୍ରଙ୍କ ପରାମର୍ଶ ଏବଂ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍‍ କୁମାର ପାଢୀଙ୍କ ମାର୍ଗଦର୍ଶନରେ ଆସିକା ବ୍ଲକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ପରିସରରେ ଆସିକା ଅଞ୍ଚଳର ୧୫ଟି ହାଇସ୍କୁଲର ପ୍ରାୟ ୫୬ଜଣ ଏ-୧ ଗ୍ରେଡ୍‍ ଏବଂ ଏ-୨ ଗ୍ରେଡ୍‍ ଆଶାୟୀ ଛାତ୍ରଛାତ୍ରୀ ଏହି ଦକ୍ଷତା ବୃଦ୍ଧି କର୍ମଶାଳାରେ ଯୋଗଦେଇଥିଲା ବେଳେ ନୋଡାଲ୍‍ ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର ଯୋଗଦେଇ ଆଗାମୀ ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା ଓ ମଙ୍ଗଳ ସାଙ୍ଗକୁ ଉଜ୍ଜଳ ଭବିଷ୍ୟତ କାମନା କରି ଦୃଢମନା ପରୀକ୍ଷା ଦେବାକୁ ପରାମର୍ଶ ଦେବା ସହ ଗତବର୍ଷର ୨୦୨୬ ମାଟ୍ରିକ ପରୀକ୍ଷାରେ ସମଗ୍ର ରାଜ୍ୟରେ ଗଞ୍ଜାମ ଜିଲ୍ଲା କୃତିତ୍ୱ ହାସଲ କରିଥିଲା ବେଳେ ତାହା ଆମ ପାଇଁ ଗର୍ବର ବିଷୟ ହୋଇଥିଲା ତେଣୁ ସେହି ସଫଳତାକୁ ଦୋହରାଇବା ସହ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଡଃ ପ୍ରଭାତୀ କୁମାରୀ ମହାପାତ୍ରଙ୍କ ପ୍ରୟାସକୁ ସଫଳ କରିବା ପାଇଁ ଚଳିତବର୍ଷ ଯେପରି ପରୀକ୍ଷାଫଳ ଭଲ ହୋଇପାରିବ ଓ ପାସ୍‍ ହାର ଏବଂ ଏ-୧ ଗ୍ରେଡ ସଂଖ୍ୟା ବୃଦ୍ଧି ଫେଲ୍‍ ଶୂନ୍ୟ ହୋଇପାରିବ ତାହାକୁ ଦୃଷ୍ଟିରେ ରଖି ଭଲ ପାଠ ପଢିବାକୁ ଆହ୍ୱାନ କରିଥିଲେ । ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏ-୧ ଗ୍ରେଡ୍‍ ଏବଂ ଏ-୨ ଗ୍ରେଡ୍‍ ଆଶାୟୀ ଛାତ୍ରଛାତ୍ରୀଙ୍କ ଏହି ଦକ୍ଷତାବୃଦ୍ଧି କର୍ମଶାଳା ବିଦ୍ୟାର୍ଥୀଙ୍କ ମନୋବଳ ବୃଦ୍ଧି ଦିଗରେ ବେଶ୍‍ ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଏହି ଦକ୍ଷତାବୃଦ୍ଧି କର୍ମଶାଳାରେ ଏ-୧ ଗ୍ରେଡ୍‍ ଏବଂ ଏ-୨ ଗ୍ରେଡ୍‍ ଆଶୀୟୀ ଛାତ୍ରଛାତ୍ରୀମାନଙ୍କୁ ଓଡିଆ, ଇଂରାଜୀ, ହିନ୍ଦୀ/ସଂସ୍କୃତ, ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ ପାଠ୍ୟକ୍ରମ ବିଷୟରେ ବରିଷ୍ଠ ଶିକ୍ଷୟିତ୍ରୀ ଯୋଗିତା ପାଣିଗ୍ରାହୀ, ସସ୍ମିତା ନନ୍ଦ, ଗାୟତ୍ରୀ ବିଶ୍ୱାଳ, ମନ୍ଦାକିନୀ ପ୍ରଧାନ, ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ପାଣି, ସନ୍ତୋଷ କୁମାର ମହାରଣା, ଶୁଭକାନ୍ତ ବେହେରାଙ୍କ ସମେତ ବହୁ ଅଭିଜ୍ଞ ଶିକ୍ଷକ ଯୋଗଦେଇ ବିଭିନ୍ନ ବିଷୟ ଉପରେ ପ୍ରଶିକ୍ଷଣ ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି । ଆଗାମୀ ମାଟ୍ରିକ ପରୀକ୍ଷାରେ ପାସ୍‍ହାର ବୃଦ୍ଧି ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଅଭିନବ ପ୍ରୟାସ ସ୍ୱରୂପ ଏହି ଦକ୍ଷତାବୃଦ୍ଧି ଶିବିର ଆୟୋଜନକୁ ସାଧାରଣରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆଗାମୀ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‍ ଛାତ୍ରଛାତ୍ରୀଙ୍କ ସଂଖ୍ୟାକୁ ବୃଦ୍ଧି କରିବା ଲାଗି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିନବ ପ୍ରୟାସକୁ ସଚେତନ ନାଗରିକ, ବୁଦ୍ଧିଜିବୀ ଓ ଅଭିଭାବକଙ୍କ ମହଲରେ ସ୍ୱାଗତ ଓ ଉଚ୍ଚ ପ୍ରଶଂସା କରାଯାଉଥିଲା ବେଳେ ଏହା ଦ୍ୱାରା ଶିକ୍ଷାର୍ଥୀମାନଙ୍କ ଆଗାମୀ ମାଟ୍ରିକ ପରୀକ୍ଷା ପ୍ରତି ଆତ୍ମ ବିଶ୍ୱାସ ଆହୁରି ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ବ୍ଳକ ଅନ୍ତର୍ଗତ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ପରିସରରେ ଆରମ୍ଭ ହୋଇଥିବା ଦୁଇ ଦିବସୀୟ ଏ-୧ ଗ୍ରେଡ୍‍ ଆଶାୟୀ ଛାତ୍ରଛାତ୍ରୀଙ୍କ ଦକ୍ଷତାବୃଦ୍ଧି କର୍ମଶାଳାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସହକାରୀ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ବେହେରା, ଅନ୍ନପୂର୍ଣ୍ଣା ଭୋଇ, ସୁଶିଲ୍‍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ମନ୍ଦାକିନୀ ପ୍ରଧାନ, ରୁଦ୍ରପ୍ରସାଦ ସେଠୀ, ସୁନିଲ୍‍ ସେଠୀ, କର୍ମଚାରୀ ଆଶାଲତା ପ୍ରଧାନ, ପ୍ରଶାନ୍ତ କୁମାର ମୁନି, ନୀଳମାଧବ ସ୍ୱାଇଁ ପ୍ରମୁଖ ସହଯୋଗ କରୁଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ