ଆଇଆରଇ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଛତ୍ରପୁର ବ୍ଲକ ଚମାଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟ କଲ୍ୟାଣ ମଣ୍ଡପ ପରିସରରେ ଆଇଆରଇଏଲ୍ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଛି । ଏହି ଶିବିର ସକାଳ ୮ ଟା ରୁ ଆରମ୍ଭ ହୋଇ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଚାଲିଥିଲା । ଆଇଆରଇର ଡାକ୍ତର ଅର୍ଦ୍ଦେନ୍ଦୁ ପାଲ୍ ଓ ଡାକ୍ତର ପ୍ରଫେସର ପ୍ରମିଳା ମିଶ୍ର ଉପସ୍ଥିତ ରହି ଚମାଖଣ୍ଡି ପଞ୍ଚାୟତର ୨୩୦ ଜଣ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ସେମାନଙ୍କୁ ମଧ୍ୟ ଔଷଧ ମାଗଣାରେ ପ୍ରଦାନ କରାଯାଇଥିଲା । ଚମାଖଣ୍ଡି ପଞ୍ଚାୟତ ସରପଞ୍ଚ ସୁସ୍ମିତା ପ୍ରଧାନ ଓ ଗ୍ରାମ୍ୟ କମିଟି ଏହି ଶିବିର ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ଆଇଆରଇଏଲ୍ ମୁଖ୍ୟ ମହାପ୍ରବନ୍ଧକ ଏ.ଜନାର୍ଥନନ୍‌, ସମ୍ବଳ ଓ ଏଚ୍‌ଆର୍‌ଏମ୍ ବିଭାଗର ଡିଜିଏମ୍ ଜି.କେ.ନାୟକ,ଏସ୍‌.ଏସ୍‌.ମଲ୍ଲିକ,ସୁରେଶ ଚନ୍ଦ୍ର ପାତ,ଦୀପକ କୁମାର ମିଶ୍ର ଓ ସୃଜନା ପଣ୍ଡା ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ । ଫାର୍ମାସିଷ୍ଟ ଆର୍‌.କେ.ପାତ୍ର, ଟି.ଏଚ୍‌.ଆଚାରୀ, କେ.ସି.ପ୍ରଧାନ,ସସ୍ମିତା ନାୟ. ଭାରତୀ ପ୍ରଧାନ, ଏନ୍‌.କେ.ପଟ୍ଟନାୟକ ପ୍ରମୁଖ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ବଣ୍ଟନ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଚମାଖଣ୍ଡି ଗ୍ରାମର ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍କୁଲ ବ୍ୟାଗ୍ ଆଇଆରଇ ତରଫରୁ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ