ଛତ୍ରପୁର ଠାରେ ରାଜ୍ୟ କୃଷି ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ଶନିବାର ଗଞ୍ଜାମ ଜିଲ୍ଲା ଛତ୍ରପୁରକୁ ଗସ୍ତ କରିଛନ୍ତି । ଆସନ୍ତାକାଲି ଅର୍ଥାତ୍ ଜାନୁୟାରୀ ୨୬ରେ ଛତ୍ରପୁର ପୁଲିସ ପଡିଆ ଠାରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସାହୁ ଜାତୀୟ ପତାକା ଉତ୍ତୋଳନ କରି ସମବେତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ମନ୍ତ୍ରୀ ଶ୍ରୀ ସାହୁ ଛତ୍ରପୁର ସର୍କିଟ ଗୃହ ଠାରେ ପହଞ୍ଚିବାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଏବଂ ଦଳୀୟ ନେତା କର୍ମୀଙ୍କ ତରଫରୁ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଗଞ୍ଜାମ ଏସ୍‌ପି ବ୍ରିଜେଶ୍ କୁମାର ରାଏ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ଦିଗାମ୍ବର ପଣ୍ଡା, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କାଶୀନାଥ ଖୁଣ୍ଟିଆ, ମତ୍ସ୍ୟ ବିଭାଗର ଉପନିର୍ଦ୍ଦେଶକ ଶିବ ପ୍ରସାଦ ଭୋଇ, ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ.ତ୍ରିନାଥ ନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ ପ୍ରମୁଖ ସର୍କିଟ ଗୃହ ଠାରେ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ । ବିଜୁଜନତା ଦଳ ତରଫରୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ବ୍ଲକ ଅଧ୍ୟକ୍ଷ ଏମ୍‌.ଧନଞ୍ଜୟ ରେଡ୍ଡୀ,ଗଂଜାମ ଜିଲ୍ଲା ଯୁବ ବିଜେଡିର ସଭାପତି ଏନ୍‌.ଧନଞ୍ଜୟ ରାଓ, ଗଂଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସରପଂଚ ପୀତାମ୍ବର ପଣ୍ଡା, ସରକାରୀ ଓକିଲ ମନୋଜ କୁମାର ପାଢି, ଭୈରବୀ କୁମାର ପଟ୍ଟନାୟକ, ଡମିନାଥ ସାହୁ, କାଳିପ୍ରସାଦ ଦାଶ, ସୁରେଶ କୁମାର ପଣ୍ଡା, ସୁଧୀର ପାଢି, ମହିଳା ନେତ୍ରୀ ସୁବର୍ଣ୍ଣବାଳା ବିଷୋୟୀ, ମତ୍ସ୍ୟଜିବୀ ନେତା ବି.ସିମାଦ୍ରୀ ଏମ୍‌.ଗୁମାଲୀ, ବି. ଭୀମସେନ, ଆର୍ଯ୍ୟପଲ୍ଲୀ ସରପଂଚ ଏମ୍‌.ଲକ୍ଷ୍ମୀ, ନରେନ୍ଦ୍ରପୁର ସମିତି ସଭ୍ୟ ଜ୍ୟୋତି ରଂଜନ ସାହୁ, ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ପ୍ରଧାନ ,ଏସ.କିଶୋର ରେଡ୍ଡୀ, ବାବୁଲୀ ସାହୁ, ପୂର୍ବତନ କାଉନସିଲର ଟି.ଚନ୍ଦ୍ରଶେଖର ରାଉ, କିଶୋର ଚନ୍ଦ୍ର ସେନାପତି, ବି.ରାଜୁବାବୁ, ନାଗେଶ୍ୱର ରାଓ, ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡୀ, ସମିତିସଭ୍ୟ ଜୟଦେବ ଲେଙ୍କା, ମହାନାଦପୁର ସମିତି ସଭ୍ୟ ଅଶୋକ କୁମାର ପାଣିଗ୍ରାହୀ, ଛତ୍ରପୁର ଏନଏସିର ପୂର୍ବତନ ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା ଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ଏବଂ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ରହି ମନ୍ତ୍ରୀଙ୍କୁ ସ୍ୱାଗତ କରିଥିବା ସହ ଦଳୀୟ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ