ଛତ୍ରପୁର କଲେଜର ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲେ ବିଧାୟକ 

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ଶନିବାର ଗଞ୍ଜାମ ଜିଲ୍ଲା ଛତ୍ରପୁରକୁ ଗସ୍ତ କରିଛନ୍ତି । ଏନେଇ ସ୍ଥାନୀୟ ସାର୍କିଟ ହାଉସ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ବିଭିନ୍ନ ସମସ୍ୟା ଉପରେ ମନ୍ତ୍ରୀ ଶ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ମହାବିଦ୍ୟାଳୟରେ ଆବଶ୍ୟକ ଅନୁସାରେ ଅଧ୍ୟାପକ /ଅଧ୍ୟାପିକା, କର୍ମଚାରୀ, ହଷ୍ଟେଲ ଏବଂ ଖେଳ ପଡିଆ ସହିତ ବିଭିନ୍ନ ଆନୁସାଙ୍ଗିକ ବ୍ୟବସ୍ଥା ସଂପର୍କରେ ବିଧାୟକ ଶ୍ରୀ ବେହେରା ମନ୍ତ୍ରୀ ଶ୍ରୀ ସାହୁଙ୍କ ସହ ଆଲୋଚନା କରିଥିଲେ । ମହାବିଦ୍ୟାଳୟ ରେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି କରିବା ନିମନ୍ତେ ବିଧାୟକ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ