ସନ୍ଧ୍ୟାରେ ତାମ୍ପରା ହ୍ରଦ ପରିଦର୍ଶନ କଲେ ଉଚ୍ଚ ଶିକ୍ଷାମନ୍ତ୍ରୀ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ଅରୁଣ କୁମାର ସାହୁ ଶନିବାର ଗଞ୍ଜାମ ଜିଲ୍ଲା ଛତ୍ରପୁରକୁ ଗସ୍ତ ଆସିଥିବା ବେଳେ ସନ୍ଧ୍ୟା ୭ଟାରେ ଛତ୍ରପୁର ନିକଟ ତାମ୍ପରାହ୍ରଦ ପରିଦର୍ଶନ କରିଥିଲେ । ସେଠାରେ ତାମ୍ପରା ଭିତ୍ତି ଭୂମି ତଦାରଖ କରିବା ସହ ଏହାର ସୈାଦର୍ଯ୍ୟକରଣ ଏବଂ ଉନ୍ନତୀ କରଣ ସଂପର୍କରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସହ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ସାହୁ ଅନ୍ଧାରରେ ମଧ୍ୟ ତାମ୍ପରା ଚାରିପାଶ୍ୱର୍ ବୁଲିଦେଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ, ଗଂଜାମ ଜିଲ୍ଲା ଯୁବ ବିଜେଡି ସଭାପତି ଏନ୍.ଧନଜଂୟ ରାଓ, ଗଂଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା, ସରକାରୀ ଓକିଲ ଭୈରବୀ କୁମାର ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ କର୍ମୀ ମାନେ ଉପସ୍ଥିତ ଥିଲେ ।


