ସେକ୍ସ ଆଧାରରେ ଜୀବନସାଥୀ ଖୋଜୁଛନ୍ତି ଭାରତୀୟ

ଜଣେ ପରଫେକ୍ଟ ଜୀବନସାଥୀ ଚୟନ କରିବା ସମୟରେ ସମସ୍ତଙ୍କ ମନରେ କିଛି ନା କିଛି ପ୍ରଶ୍ନ ଉଠିଥାଏ। ଅକ୍ୟୁପିଡ୍‌ ନାମକ ଡେଟିଂ ଆପ୍‌ସ ଦ୍ବାରା ପଚରା ଯାଇଥିବା ଏପରି କେତେକ ପ୍ରଶ୍ନ, ଭାରତରେ ଜୀବନସାଥୀଙ୍କୁ ନେଇ ଲୋକଙ୍କ ଇଚ୍ଛା ବୟାନ କରୁଛି। ଏହି ଡେଟିଂ ଆପ୍‌ ଦାବି କରିଛି ଯେ ଅଧିକାଂଶ ଭାରତୀୟ ଉତ୍ତମ ସେକ୍ସ ଆଧାରରେ ନିଜ ଜୀବନସାଥୀ ଖୋଜିଥାନ୍ତି।
ଅକ୍ୟୁପିଡ୍‌ ଦ୍ବାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ଲୋକେ ସେକ୍ସୁଆଲ ପରଫରମାନ୍ସ ଆଧାରରେ ନିଜ ଜୀବନସାଥୀ ଚୟନ କରିଥାନ୍ତି। ସେମାନଙ୍କ ମଧ୍ୟରେ ରାଜନୀତିକୁ ନେଇ ମତଭେଦ ଥିଲେ ମଧ୍ୟ ଏହା ସେମାନଙ୍କୁ କୌଣସି ଫରକ ପକାଏନି। ସର୍ଭେ ଅନୁସାରେ ଭାରତରେ ୮୬ ପ୍ରତିଶତ ପୁରୁଷ ଜୀବନସାଥୀ ଚୟନ କରିବାବେଳେ ରାଜନୈତିକ ବିଚାରଧାରା ତୁଳନାରେ ସେକ୍ସକୁ ଅଧିକ ଗୁରୁତ୍ବ ଦେଇଥାନ୍ତି। ଏହି କ୍ଷେତ୍ରରେ ଭାରତୀୟ ମହିଳା ମଧ୍ୟ ପଛରେ ନାହାନ୍ତି। ୭୫ ପ୍ରତିଶତ ମହିଳା ରାଜନୈତିକ ବିଚାରଧାରାକୁ ସାଇଡ୍‌ରେ ରଖି ବେଷ୍ଟ ସେକ୍ସୁଆଲ ପରଫରମାନ୍ସ ଆଧାରରେ ନିଜ ଜୀବନସାଥୀ ଚୟନ କରିଥାନ୍ତି।
ସର୍ଭେ ମୁତାବକ ଏପ୍ରିଲ ୨୦୧୯ରେ ହୋଇଥିବା ଲୋକସଭା ନିର୍ବାଚନ ସମୟରେ ଡେଟିଂ ଆପ୍‌ରେ ରାଜନୀତିକୁ ନେଇ ସବୁଠାରୁ ଅଧିକ ଚର୍ଚ୍ଚା ହୋଇଥିଲା। ଏହି ସମୟରେ ୭୮ ପ୍ରତିଶତ ପୁରୁଷ ଓ ୭୫ ପ୍ରତିଶତ ମହିଳା ନିର୍ବାଚନରେ ମତଦାନକୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଥିଲେ। ସେହିପରି ୬୪ ପ୍ରତିଶତ ପୁରୁଷ ଓ ୬୨ ପ୍ରତିଶତ ମହିଳା ରାଜନୀତିକୁ ନେଇ କୌଣସି କଥା ହୋଇ ନ ଥିଲେ। ଡେଟିଂ ଆପ୍‌ରେ ହୋଇଥିବା କଥାବାର୍ତ୍ତାରୁ ଜଣାପଡ଼ିଛି ଯେ ପ୍ରତ୍ୟେକ ମାସରେ ସୋସାଲ ମିଡିଆ ଟ୍ରେଣ୍ଡରେ ହେଉଥିବା ପରିବର୍ତ୍ତନ ଆଧାରରେ ୟୁଜର୍ସ ସେମାନଙ୍କ ଆଲୋଚନାର ବିଷୟ ବାଛିଥାନ୍ତି। ଯେମିତିକି ଜାନୁଆରୀ ମାସରେ ଲୋକେ ନୂଆ ବର୍ଷକୁ ନେଇ ଅଧିକ ଆଲୋଚନା କରିଥାନ୍ତି। ଫେବ୍ରୁଆରୀରେ ଭାଲେଣ୍ଟାଇନ୍‌ ଡେ’ ହୋଇଥିବା କାରଣରୁ ଲୋକେ ପ୍ରେମ ସମ୍ପର୍କରେ ଅଧିକ କଥା ହୋଇଥାନ୍ତି। ଫେବ୍ରୁଆରୀ ମାସରେ ୬୫ ପ୍ରତିଶତ ପୁରୁଷ ଓ ୫୦ ପ୍ରତିଶତ ମହିଳା ନିଜ କ୍ରଶ୍‌ଙ୍କୁ ଡେଟ୍‌ କରିବା ସମ୍ପର୍କରେ ଚିନ୍ତା କରିଥାନ୍ତି। ମାର୍ଚ୍ଚ ମାସ ଆରମ୍ଭ ହେବା ମାତ୍ରେ ଲୋକଙ୍କ କଥା ହେବାର ବିଷୟ ପୂରା ବଦଳି ଯାଏ।
ମାର୍ଚ୍ଚ ମାସରେ ଇଣ୍ଟରନ୍ୟାସନାଲ ୱିମେନ୍ସ ଡେ’ ହୋଇଥିବାରୁ ୮୦ ପ୍ରତିଶତ ଭାରତୀୟ ନିଜକୁ ଫେମିନିଷ୍ଟ କହିଥାନ୍ତି। ୫୩ ପ୍ରତିଶତ ମହିଳାଙ୍କ କହିବାନୁସାରେ ସେମାନେ ଏଭଳି କୌଣସି ପୁରୁଷଙ୍କୁ ଡେଟ୍‌ କରିବାକୁ ଚାହିବେ ନାହିଁ, ଯିଏ ଫେମିନିଜମ୍‌କୁ ସମର୍ଥନ କରିବେ ନାହିଁ। ଏପ୍ରିଲ ମାସରେ ଲୋକେ ଲୋକସଭା ନିର୍ବାଚନକୁ ନେଇ ଅଧିକ କଥା ହୋଇଥାନ୍ତି। ଲୋକସଭା ନିର୍ବାଚନ ଶେଷ ହେବା ପରେ ଲୋକଙ୍କ ମଧ୍ୟରେ ଇସ୍ରୋର ଚନ୍ଦ୍ରାୟନ ୨କୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଥିଲା। ସ୍ପେସ୍ ଷ୍ଟେସନ୍‌କୁ ନେଇ ଡେଟିଂ ଆପ୍‌ରେ କପଲ୍ସଙ୍କ ମଧ୍ୟରେ ଲଗାତର କଥାବାର୍ତ୍ତା ହୋଇଥିଲା। ଏହି ସମୟରେ ୭,୦୦୦ ଲୋକ ଡେଟିଂ ଆପ୍‌ରେ ସ୍ପେସ୍‌ ସମ୍ପର୍କରେ କଥା ହୋଇଥିଲେ। କେବଳ ସେତିକି ନୁହେଁ, ଏଠାରେ ୬୦ ପ୍ରତିଶତ ପୁରୁଷ ଓ ୫୯ ପ୍ରତିଶତ ମହିଳା ଇଣ୍ଟରନ୍ୟାସନାଲ ସ୍ପେସ୍‌ ଷ୍ଟେସନ୍‌ରେ ବିବାହ କରିବାକୁ ଇଚ୍ଛା ବ୍ୟକ୍ତ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ