ଦିବଂଗତ ଜନ ନାୟକ ଅର୍ଜ୍ଜୁନ ଚରଣ ସେଠୀଙ୍କ ଜନ୍ମ ଜୟନ୍ତୀ
ବନ୍ତ, (ଚାନ୍ଦିନୀ ମହାନ୍ତି ): ଶୁକ୍ରବାର ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡାସ୍ଥିତ ହେମପଦ୍ମା ଗାଲାକ୍ସି ପରିସରରେ ଦିବଂଗତ ଜନ ନାୟକ ଅର୍ଜ୍ଜୁନ ଚରଣ ସେଠୀଙ୍କ ୮୬ ତମ ଜନ୍ମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜୟନ୍ତୀ କମିଟିର ସଭାପତି ରବିନ୍ଦ୍ର କୁମାର ପଣ୍ଡାଙ୍କ ସଭାପତିତ୍ବ ତଥା ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ଡ଼. ସୁଧାଂଶୁ ଶେଖର ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ର, ଜିଲା ବିଜେପି ସଭାପତି ଭଗବାନ ପଣ୍ଡା, ପୂର୍ବତନ ଜିଲା ବିଜେପି ସଭାପତି ବଦ୍ରୀ ନାରାୟଣ ଧଳ, ଜିଲା ସ୍ମୁତି କମିଟିର ସଭାପତି ଡାକ୍ତର ରବିନ୍ଦ୍ର କୁମାର ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସ୍ବର୍ଗତ ସେଠୀ ଜଣେ ଦରଦୀ ମଣିଷ ଥିଲେ। ଭଦ୍ରକ ଜିଲା ତଥା ଓଡିଶା ରାଜ୍ୟ ପାଇଁ ତାଙ୍କର ଅବଦାନ ଅତୁଳନୀୟ ଥିଲା ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଅଜୟ କୁମାର ନାୟକ, ବାସୁଦେବପୁର ବ୍ଲକ ଯୁବ ନେତା ନଗେନ୍ଦ୍ର କୁମାର ବିଶ୍ୱାଳ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପଦ୍ମନ କୁମାର ରାୟ,ଜିଲା ବିଜେପି ଉପ ସଭାନେତ୍ରୀ ତପସ୍ୱିନୀ ମହାପାତ୍ର, ଦୁର୍ଗା ପ୍ରସନ୍ନ ଦାଶ ପ୍ରମୁଖ ଯୋଗ ଦେଇ ସ୍ମୁତି ଚାରଣ କରିଥିଲେ। ଜୟନ୍ତୀ କମିଟିର ସମ୍ପାଦକ ହେମନ୍ତ କୁମାର ସିଂହ ଉଦ୍ଦେଶ୍ୟ ଜ୍ଞାପନ ଓ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଅଧ୍ୟାପିକା ପ୍ରତିମା ସାହୁ ସ୍ୱରଚିତ କବିତା ପାଠ କରିଥିଲେ। ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଜୟନ୍ତୀ କମିଟିର କର୍ମକର୍ତ୍ତା ଓ ସଦସ୍ୟ ମାନେ ସହଯୋଗ କରିଥିଲେ।


