ଜଙ୍ଗଲ ଛାଡି ଜନବସତି ମୁହାଁ ହେଲେଣି ହାତୀପଲ୍ଲ
ଦଶପଲ୍ଲା (ଜୁଗାବ୍ଦ ନ୍ୟୁଜ୍):ଜଙ୍ଗଲ ଛାଡି ଏବେ ହାତୀପଲ୍ଲ ବିଭିନ୍ନ ଜନବସତି ମୁହାଁ ହେଲେଣି । ପୋଡୁଚାଷ ପାଇଁ ଦଶପଲ୍ଲା ଚତୁଃପାଶ୍ୱର୍ ଜଙ୍ଗଲମାନଙ୍କରେ ନିଆଁ ଲାଗିବାକୁ ନେଇ ଏହି ହାତୀପଲ୍ଲ ଗାଁ ମୁହାଁ ହୋଇଥିବା କୁହାଯାଉଛି । ବାଇଶିପଲ୍ଳୀ ଜଙ୍ଗଲରୁ ହାତୀମାନେ ଦଶପଲ୍ଲା ବ୍ଲକ ବୁଗୁଡା ଅଞ୍ଚଳକୁ ଆସିଥିବା ବେଳେ ଗତକାଲି କଲେଜ ନିକଟସ୍ଥ ବରପଲ୍ଲୀ ଠାରେ ଥିବା ଏକ ଫାର୍ମ ହାଉସକୁ ଆସି ବ୍ୟାପକ କ୍ଷତି ଘଟାଇଥିବା ଜଣାପଡିଛି । ମାତ୍ର ଏହି ହାତୀପଲ୍ଲ ଆସିବା ଖବର ପାଇ ବନବିଭାଗ ପକ୍ଷରୁ ସତର୍କ ନଜର ରଖାଯାଇଥିବା ବନବିଭାଗ ପକ୍ଷରୁ କୁହାଯାଇଛି ।