ମହୁଲ ପୋଚ ଓ ଦେଶୀ ମଦ ଜବତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ଆଦର୍ଶ ଥାନାକୁ ଏକ ବଡ଼ ଧରଣର ସଫଳତା ମିଳିଛି. ବେଆଇନ ଭାବେ ଚାଲୁଥିବା 15 ଗୋଟି ଦେଶୀ ମଦ ରନ୍ଧା ଭାଟି ଉପରେ ପୋଲିସ ଚଢାଉ କରି ଜେସିବି ଦ୍ୱାରା ଏହି ଭାଟି ଗୁଡିକୁ ଭାଙ୍ଗି ଚୁରମାର କରାଯାଇଛି. ସମ୍ପୃକ୍ତ ଅଞ୍ଚଳରୁ ପୋଲିସ ବେଆଇନ ଭାବେ ଗଛିତ ଥିବା ବିପୁଳ ମହୁଲ ପୋଚ ଓ ଦେଶୀମଦ ଜବତ କରିଥିବା ସୂଚନା ମିଳିଛି. ପାରଳା ଥାନା ଅନ୍ତର୍ଗତ କେ. ସୀତାପୁର ଗ୍ରାମ ପଞ୍ଚାୟତର ଶିଙ୍ଗିପୁର ଗ୍ରାମରେ ବେଆଇନ ଭାବେ ଦେଶୀମଦ ପ୍ରସ୍ତୁତି ଭାଟି ଦ୍ୱାରା ଦେଶୀମଦ ପ୍ରସ୍ତୁତ କରାଯାଇ ଓ ବିକ୍ରି ଚାଲିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ସୂଚନା ଆଧାରରେ ଗଜପତି ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଆଜି ପୋଲିସ ରାଜସ୍ୱ ବିଭାଗ ତରଫରୁ ମିଳିତ ଭାବେ ଏଠାରେ ଚଢାଉ କରାଯାଇ ବେଆଇନ ଭାବେ ଚାଲୁଥିବା 15 ଗୋଟି ଦେଶୀମଦ ତିଆରି ଭାଟି ଗୁଡିକୁ ଭାଙ୍ଗି ଚୁରମାର କରାଯାଇଛି. ସେଠାରୁ 35 ବସ୍ତା ମହୁଲ ପୋଚ, 100 ଲିଟର ଦେଶୀ ରନ୍ଧା ମଦ ଏବଂ ମଦ ତିଆରିରେ ବ୍ୟବହୃତ ବିଭିନ୍ନ ସାମଗ୍ରୀକୁ ଜବତ କରାଯାଇଛି. ଏହି ଚଢ଼ାଉରେ ଜଣା ପଡିଛିଯେ, ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ବିଭିନ୍ନ ବିଷାକ୍ତ ସାମଗ୍ରୀକୁ ମିଶାଇ ଏହି ଦେଶୀ ମଦ ତିଆରି ହେଉଛି. ଯାହାକି ସ୍ୱାସ୍ଥ୍ୟପକ୍ଷେ ଅତ୍ୟନ୍ତ ବିପଦଜନକ ଅଟେ. ଆବଶ୍ୟକ ନମୁନା ସଂଗ୍ରହ ଓ ଆଇନଗତ ପ୍ରକ୍ରିୟା ପରେ ବିପୁଳ ପରିମାଣର ମହୁଲ ପୋଚକୁ ସେଠାରେ ନଷ୍ଟ କରାଯାଇଛି. ଘଟଣା ନେଇ ପାରଳା ଥାନାରେ 15 ଜଣ ନାମିତ ଅଭିଯୁକ୍ତ ଓ ଜଣେ ଅଜଣା ସହଯୋଗୀ ଯେଉଁମାନେ ଏହି ବିଷାକ୍ତ ମଦ ତିଆରି କରି ବିକ୍ରି କରୁଥିଲେ ସେମାନଙ୍କ ବିରୁଦ୍ଧରେ  ମକଦ୍ଦମା ରୁଜୁ ହୋଇଛି. ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକଙ୍କ ତାତ୍ୱାବଧାନରେ ପାରଳା ଆଇଆଇସି ପ୍ରଶାନ୍ତ କୁମାରୀ ଭୂପତିଙ୍କ ନେତୃତ୍ୱରେ ପୋଲିସ ଓ ରାଜସ୍ୱ ବିଭାଗର ସ୍କ୍ୱାର୍ଡର ମିଳିତ ଆନୁକୂଲ୍ୟରେ ଏହି ଚଢାଉ କରାଯାଇଥିଲା.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ