ୟୁରୋ କିଡସ ପ୍ରି ସ୍କୁଲଠାରେ ଶ୍ରୀ ପଂଚମୀ ପୂଜା

ଛତ୍ରପୁର-: ଆଜି ଶ୍ରୀ ପଂଚମୀ । ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା । ମାଘ ଶୁକ୍ଲ ପଂଚମୀ ବା ଶ୍ରୀ ପଂଚମୀ ଦିନ ଶିଶୁମାନଙ୍କ ବିଦ୍ୟାରମ୍ଭ କାଳରେ ମା’ଙ୍କ ପୂଜା କରାଯାଇଥାଏ । ହିନ୍ଦୁ ସଂସ୍କୃତିରେ ଦେବୀ ସରସ୍ୱତୀଙ୍କ ଉପାସନା ବହୁ ପ୍ରାଚୀନ । ଆଦ୍ୟ ବସନ୍ତ ବର୍ଣ୍ଣାଢ୍ୟ ପୁଷ୍ଠଭୂମିରେ ଅନୁଷ୍ଠିତ ହୋଇଥାଏ ବାଗଦେବୀ ସରସ୍ୱତୀଙ୍କ ପବିତ୍ର ପାର୍ବଣ । ସରସ୍ୱତୀ ଆତ୍ମଜ୍ଞାନର ଅବିଚ୍ଛେଦ୍ୟ ଅଙ୍ଗ । ସେ ନିତ୍ୟା, ଶୁଦ୍ଧା, ବିକାର, ବିବର୍ଜିତା । ତାଙ୍କ ବିନା ଜ୍ଞାନର ବର୍ତିକା ପରିକଳ୍ପନା କରିବା ଅସମ୍ଭବ । ମା’ ସରସ୍ୱତୀ ଶୁଭ୍ରତାର ପ୍ରତୀକ । ଯାହା ଧବଳ ତାହା ହିଁ ସତ୍ତ୍ୱ । ସ୍ୱଚ୍ଛ, ପବିତ୍ର ଓ ନିର୍ମଳ ମୂର୍ତ୍ତି ସାତ୍ତ୍ୱିକତାର ପରିପ୍ରକାଶ । ତୁଷାର ପରି ସ୍ୱଚ୍ଛ, ସୁନ୍ଦର ଓ ପବିତ୍ରତାର ପ୍ରତୀକ ଧବଳ ବର୍ଣ୍ଣର ହଂସ ଦେବୀଙ୍କ ବାହାନ । ଏହି ଶୁଭ ଦିବସରେ ସବୁଠି କଳା, ସାହିତ୍ୟ ସଙ୍ଗୀତ ତଥା ଶିକ୍ଷାନୁଷ୍ଠାନମାନଙ୍କରେ ପରମ୍ପରା ଅନୁସାରେ ଅନୁସରଣ କରି ଦେବୀ ଭଗବତୀଙ୍କର ପୂଜା କରାଯାଉଛି । ଏ ନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଆଖପାଖ ଅଂଚଳରେ ମହା ସମାରୋହରେ ମା’ ସରସ୍ୱତୀଙ୍କ ପୂଜା କରାଯାଇଛି । ସ୍ଥାନୀୟ ପିଲିବନ୍ଧ ନିକଟ ୟୁରୋ କିଡସ୍ ପ୍ରି ସ୍କୁଲ ପରିସରରେ ମା’ଙ୍କର ପୂଜା ମହା ଆଡମ୍ବର ସହକାରେ ପୂଜା କରାଯାଇଛି । ଏହି ପରିପ୍ରେକ୍ଷୀରେ ଶକ୍ତି ଏଣ୍ଡ ଏଜୁକେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷ ରଂଜନ କୁମାର ମହାପାତ୍ର, ସ୍କୁଲ ପ୍ରିନ୍ସପାଲ ଡାଏନା ମିଶ୍ର, କାର୍ଯ୍ୟକାରୀ ପ୍ରିନ୍ସପାଲ ସସ୍ମିତା ମହାପାତ୍ର, ପି.ଅନିଲ ରେଡ୍ଡିଙ୍କ ସମେତ ବହୁ ଶିକ୍ଷୟତ୍ରୀ ଓ କର୍ମଚାରୀ, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ମା’ଙ୍କ ପୂଜାର୍ଚ୍ଚନା କରିବା ସହ ଆଶୀର୍ବାଦ ଲାଭ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ