ଅଚାନକ ପାଲଟିଲେ ଲକ୍ଷପତି
ଧନୀ ହେବାକୁ ସମସ୍ତେ ଚାହାଁନ୍ତି । ମାତ୍ର ଏଥିପାଇଁ କରିବାକୁ ପଡିଥାଏ କଠିନ ପରିଶ୍ରମ । ତେବେ ଅଚାନକ ଭାଗ୍ୟଦେବୀ ଅନେକଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଏହିଭଳି ଏକ ଘଟଣା ଘଟିଛି ଦୁବାଇରେ ଦୋକାନ କରିଥିବା ଜଣେ ଭାରତୀୟଙ୍କ କ୍ଷେତ୍ରରେ । ଏଠାରେ ରହୁଥିବା ଶ୍ରୀଜିତ ନାମକ ଏହି ଦୋକାନ ଜଣଙ୍କ ଏକ ଲଟେରି ଟିକେଟ କିଣିଥିଲେ । ଗତ ୧୦ ବର୍ଷଧରି ସେ ଲଟେରି ଟିକେଟ କିଣୁଥିଲେ ମଧ୍ୟ କେବେ ବି ଜିତିନଥିଲେ । ଏଥର ସେ ଜିତିଛନ୍ତି ୩୮ଲକ୍ଷ ଟଙ୍କା । ଏଥିସହ ତାଙ୍କୁ ମିଳିଛି ଏକ ଦାମୀ କାରଟିଏ ମଧ୍ୟ । ଅଚାନକ ଲଟେରି ଜିତିବା ବିଷୟକୁ ବିଶ୍ୱାସ କରିପାରୁନଥିବା ଶ୍ରୀଜିତ କହିଛନ୍ତି ଯେ, ମୋର ସ୍ୱପ୍ନ ପୂରଣ ହୋଇଛି, ମୋର ଦୁଇପୁଅ ଏବଂ ପରିବାରର ଭବିଷ୍ୟତ ନେଇ ମୁଁ ଏବେ ନିଶ୍ଚିନ୍ତ ହେଲି ।