ବିଜୟଲକ୍ଷ୍ମୀ ଶରଣପୁର ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ବିଜୟ ଲକ୍ଷ୍ମୀ ଶରଣପୁର ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ-ଅନୁଷ୍ଠିତ ହୋଇଯାଇଅଛି । ପ୍ରଧାନ ଶିକ୍ଷକ ଶ୍ରିଯୁକ୍ତ ନିରଞ୍ଜନ ପରିଡାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ପ୍ରସନ୍ନ କୁମାର ବେହେରା,ସି.ଆର୍.ସି.ସି ଶଙ୍କର ନାରାୟଣ ସେଠୀ  ଯୋଗ ଦେଇଥିଲେ ।ବିଦ୍ୟାଳୟର ବରିଷ୍ଠ ଶିକ୍ଷକ  ହେମନ୍ତ କୁମାର ତ୍ରିପାଠୀ ବାର୍ଷିକ ବିବରଣୀ ପାଠ କରିଥିଲେ ।ବିଭିନ୍ନ ଖେଳ ଓ ପ୍ରତିଯୋଗିତାରେ କୃତି ଛତ୍ରଛାତ୍ରୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ।ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା ।ସମସ୍ତ ଅଭିଭାବକ ,ପୂରାତନ ଛାତ୍ର ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଦୟାନିଧି ପାଢୀ,ଭିକାରୀ ଚରଣ ବେହେରା,ପ୍ରତାପ ବିଶ୍ୱାଳ,କୁବେର ମେହେର, ବାୟା ସେଠି, ସୁରେନ୍ଦ୍ର ରଣା ଓ ସଂସାର ପୋଲାଇ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ