ପୋଲିସର ବ୍ଲକିଂ,ଚେକିଂ ଓ ମଦ୍ୟପ ଚାଳକ ଧରପଗଡ 

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ଗାଙ୍ଗପୁର ଥାନାରେ ଡିଏସପି ସଞ୍ଜୟ ମହାପାତ୍ର ଯୋଗ ଦେବା ପରେ ପୋଲିସ ପେଟ୍ରୋଲିଂ, ରାତି ତମାମ ବ୍ଲକିଂ ଚେକିଂ ଓ ଜୁଆ ଆଡ୍ଡା ଉପରେ ଚଢ଼ାଉ ଜାରି ରଖିଛନ୍ତି । ଶୁକ୍ରବାର ସଂଧ୍ୟା ୭ଘଣ୍ଟା ଠାରୁ ୧୧ ଘଣ୍ଟା ପର୍ଯ୍ୟନ୍ତ ଗାଙ୍ଗପୁର ଥାନା ଅଞ୍ଚଳରେ ଗୋବରା, କଣ୍ଟେଇପଲ୍ଲୀ,ଓ କ୍ଷତ୍ରିୟ ବରପୁର ଠାରେ ବ୍ଳକିଂ ଚେକିଂ କଡାକଡି କରାଯାଇଛି ।ବାଇକ ରେ ତିନି ଜଣ ବସାଇବା ଓ ହେଲମେଟ୍ ନ ପିନ୍ଧିବା କାରଣରୁ ୬ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ତିନିମାସ ପାଇଁ ବାତିଲ କରାଯାଇଥିବା ବେଳେ ମଦ୍ୟପାନ କରି ଗାଡି ଚଳାଉଥିବା ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଏହା ସହ ସୋରଡା-ଭଞ୍ଜନଗର ଓ ବ୍ରହ୍ମପୁର-ଭଞ୍ଜନଗର ରାସ୍ତାରେ ଯାଉଥିବା ସମସ୍ତ ଚାରି ଚକିଆ ଓ ଘରୋଇ ବସର ଡିକ୍କି ଖୋଲି ସମ୍ପୂର୍ଣ୍ଣ ଭାବେ ଯାଞ୍ଚ କରାଯାଇଥିଲା ।ଆଗକୁ ବ୍ଳକିଂ, ଚେକିଂ ଆହୁରି କଡାକଡି କରାଯିବ ବୋଲି ଆଇଆଇସି ଧିରେଶ କୁମାର ଦାସ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ