ସମବାୟ ଚିନିଶିଳ୍ପର ପୂଜାମଣ୍ଡପରେ ମଙ୍ଗଳଦାୟିନୀ ମା ଦୁର୍ଗା ପୂଜା

ଆସିକା (ୱାଇଏନ୍‍ଏସ୍‍) :ଆସିକା ସମବାୟ ଚିନିଶିଳ୍ପର ସ୍ଥାୟୀ ପୂଜା ମଣ୍ଡପରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ଶାରଦୀୟ ଦୁର୍ଗାପୂଜା ଅବସରରେ ସିଂହବାହିନୀ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ପୂଜା ରବିବାର ଠାରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଆରମ୍ଭ ହୋଇଥିବା ଦେଖିବାକୁ ମିଳୁଛି । ଶେରଗଡ ନିକଟସ୍ଥ ମଥୁରା ଗ୍ରାମର ବିଦ୍ୱାନ ପଣ୍ଡିତ ଗୋପାଳକୃଷ୍ଣ ହୋତା, ଲକ୍ଷ୍ମୀକାନ୍ତ ହୋତା, ବିପ୍ର ଚରଣ ତ୍ରିପାଠୀଙ୍କ ମନ୍ତ୍ରୋଚାରଣରେ ରବିବାର ଠାରୁ ଆରମ୍ଭ ହୋଇଥିବା ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜାରେ ଚିନିଶିଳ୍ପର କର୍ମଚାରୀ ତଥା ଆଧ୍ୟାତ୍ମିକପ୍ରେମୀ ଗଜେନ୍ଦ୍ର ଦାଶ ଓ ତାଙ୍କ ପତ୍ନୀ ମମତା ଦାଶ କର୍ତ୍ତା ରୂପେ ରହି ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କ ହୁଳହୁଳି ଧ୍ୱନୀରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇପଡିଥିଲା । ଆସିକା ସମବାୟ ଚିନିଶିଳ୍ପର ସ୍ଥାୟୀ ପୂଜା ମଣ୍ଡପକୁ ରଙ୍ଗୀନ ଆଲୋକମାଳାରେ ସଜ୍ଜିତ କରାଯାଇଥିଲା ବେଳେ ସ୍ଥାନୀୟ ଅଞ୍ଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳୁଛି । ଦୁର୍ଗତିନାଶିନୀ, ମଙ୍ଗଳଦାୟିନୀ, ପାପନାଶିିନୀ ଜଗତ୍‍ ଜନନୀ କରୁଣାମୟୀ ମା ଦୁର୍ଗାଙ୍କ ଜୟ ଜୟକାର ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇପଡୁଥିବା ଦେଖିବାକୁ ମିଳିଛି । ଆସିକା ସମବାୟ ଚିନିଶିଳ୍ପର ଦୁର୍ଗାପୂଜା ମଣ୍ଡପ ନିକଟରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ରହି ଜଗତ୍‍ଜନନୀ କରୁଣାମୟୀ ମା ଦୁର୍ଗାଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳୁଛି । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ତଥା ଦୁର୍ଗାପୂଜା ପରିଚାଳନା କମିଟିର ସଭାପତି ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ମାର୍ଗଦର୍ଶନ, ପ୍ରେରଣା ଓ ପ୍ରଚେଷ୍ଟାରେ ଆରମ୍ଭ ହୋଇଥିବା ଶାରଦୀୟ ଦୁର୍ଗାପୂଜାକୁ ସୁପରିଚାଳନା କରିବା ଦିଗରେ ପୂଜା କମିଟିର ଉପସଭାପତି ତଥା ଶିଳ୍ପାନୁଷ୍ଠାନର ସଂପାଦକ ସୁଶାନ୍ତ କୁମାର ମଲିକ, ପୂଜା କମିଟିର ସଂପାଦକ ପ୍ରଶାନ୍ତ କୁମାର କର, କୋଷାଧ୍ୟକ୍ଷ ଏସ୍‍.ସୁଜିତ୍‍ କୁମାର ପୃଷ୍ଟି, କମିଟି ସଦସ୍ୟ ଇ.ଅରୁଣ କୁମାର ପାତ୍ର, ବାଇଧର ନାହାକ, ବିଶ୍ୱନାଥ ପାଣିଗ୍ରାହୀ, ଜଗନ୍ନାଥ ପଟ୍ଟନାୟକ, ଆଶିଷ୍‍ ପରିଡା, ରାମପ୍ରସାଦ ଶତପଥୀ, ଶ୍ରୀପାଳୀ ସୁନ୍ଦର ଦାଶ, ଦିଲୀପ କୁମାର ସ୍ୱାଇଁ, ଅକ୍ଷୟ କୁମାର ସ୍ୱାଇଁ, ଅନିଲ୍‍ କୁମାର ଦାଶ, ଜ୍ୟୋତିର୍ମୟୀ ରାଉତ, ସୁଶାନ୍ତ କୁମାର ପାତ୍ର, ସଂଜୟ ଷଡଙ୍ଗୀ, ଏମ୍‍ ରାମବାବୁ ଦୋରା, ଜିତେନ୍ଦ୍ର କୁମାର ଜେନା, ଦାମୋଦର ସିୟ, ରାଜେଶ୍‍ କୁମାର ନାୟକ, ସୁମନ୍ତ କୁମାର ପଟ୍ଟନାୟକ, ବିଷ୍ଣୁପ୍ରସାଦ ଜେନା, ସିମାଞ୍ଚଳ ନାହାକ, ବିପିନ୍‍ ନାହାକ, ତ୍ରିନାଥ ବେହେରା, ପ୍ରିୟବ୍ରତ ପାତ୍ରଙ୍କ ସମେତ ଅନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳୁଛି । ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ସମବାୟ ଚିନିଶିଳ୍ପ ଲିଃ ପକ୍ଷରୁ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଜଗତ୍‍ଜନନୀ ମା ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା ବେଳେ ଆଖି ଝଲସିଲା ଭଳି ସାଜସଜ୍ଜା ଶ୍ରଦ୍ଧାଳୁଙ୍କ ମନ ମୋହୁଥିବା ଦେଖିବାକୁ ମିଳୁଛି । ସିଂହବାହିନୀ ଦୁର୍ଗତିନାଶିନୀ ମା ଦୁର୍ଗାଙ୍କ ଆକର୍ଷଣୀୟ ମୃଣ୍ମୟୀ ମୂର୍ତ୍ତୀ ଓ ରଙ୍ଗୀନ ଆଲୋକମାଳରେ ଝଲସି ଉଠିଛି ପୂଜାମଣ୍ଡପ । ମା ଦୁର୍ଗାଙ୍କ ଧରାବତରଣରେ ସମବାୟ ଚିନିଶିଳ୍ପ ପରିସର ଉତ୍ସବମୁଖର ହୋଇପଡିଥିଲା ବେଳେ ମା ଦଶଭୂଜାଙ୍କୁ ପୂଜାର୍ଚ୍ଚନା ପାଇଁ ପୂଜାମଣ୍ଡପ ଝଙ୍କୃତ ହୋଇଉଠିଛି । ଶାରଦୀୟ ଦୁର୍ଗାତ୍ସୋବ ଅବସରରେ ଆସିକା ସମବାୟ ଚିନିଶିଳ୍ପର ପୂଜାମଣ୍ଡପ ନବବଧୂ ଭଳି ସଜେଇ ହୋଇଥିଲା ବେଳେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅଷ୍ଟମୀ ପୂଜା ଶେଷ ହୋଇଛି । ଶାରଦୀୟ ଦଶହରା ଓ ଦୁର୍ଗାପୂଜା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ସବୁଠି ଉତ୍ସବର ମାହୋଲ୍‍ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ୧୯୬୪ ମସିହା ରୁ ୨୦୨୫ମସିହା । ଦୀର୍ଘ ୬୨ ବର୍ଷ ଧରି ଆସିକା ଅଞ୍ଚଳର ଅନ୍ୟତମ ପ୍ରମୁଖ ପୂଜା ମଣ୍ଡପ ଭାବେ ସର୍ବଦା ସ୍ଥାନ ପାଇ ଆସିଛି ସମବାୟ ଚିନିଶିଳ୍ପର ଦୁର୍ଗାମେଢ । ଗତ ୧୯୬୩ ମସିହାରେ ଆସିକା ସମବାୟ ଚିନିଶିଳ୍ପ ସ୍ଥାପିତ ହୋଇଥିଲା ବେଳେ ସମ୍ଭବତଃ ୧୯୬୪ ମସିହାରୁ ଆରମ୍ଭ ହୋଇଥିଲା ଶାରଦୀୟ ଦୁର୍ଗାପୂଜା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ