ଆସିକାରେ ମା’ଦୁର୍ଗାଙ୍କ ପୂଜା ପାଳିତ
ଆସିକା ତା (ୱାଇଏନ୍ଏସ୍) :ଶାରଦୀୟ ଦୁର୍ଗାପୂଜାର ସପ୍ତମୀ ତିଥି ଠାରୁ ଧରାପୃଷ୍ଟକୁ ଅବତରଣ କରି ମଣ୍ଡପ ଗୁଡିକରେ ପୂଜା ପାଉଛନ୍ତି ଜଗତଜନନୀ ମା’ଦୁର୍ଗା। ସମବାୟ ନଗରୀ ଆସିକା ଅଞ୍ଚଳରେ ଦେଖିବାକୁ ମିଳିଛି ଭକ୍ତଙ୍କ ଭିଡ। ଜଗତଜନନୀ ମା’ଦୁର୍ଗାଙ୍କ ଧରାପୃଷ୍ଟକୁ ଆଗମନ ଯୋଗୁଁ ଆସିକା ସହର ଉତ୍ସବମୁଖର ଉଠିଥିବା ଲକ୍ଷ୍ୟ କରାଯାଇଛି। ଚାରିଆଡେ ଏବେ ପାର୍ବଣର ମହକ । ଐତିହ୍ୟ ତଥା ସଂସ୍କୃତି ସଂପନ୍ନ ଆସିକା ସହର ଶାରଦୀୟ ଦୂର୍ଗାପୂଜା ପାଇଁ ଆସିକା ଅଂଚଳ ଉତ୍ସବମୁଖର ହୋଇପଡିଛି । ଘରେ ଘରେ ଅତିଥି ଜମା ହେଉଥିବା ବେଳେ ଦୋକାନ ବଜାରରେ ଭିଡ ଲାଗିରହୁଛି । ଶାଢୀ ଓ ପୋଷାକ ଦୋକାନ ଠାରୁ ଆରମ୍ଭ କରି ଫୁଲ ଓ ଫଳ ଦୋକାନରେ ଭିଡ ପରିଲକ୍ଷିତ ହେଉଛି । ରବିବାର ସପ୍ତମୀ ତିଥି ହୋଇଥିବାରୁ ଆସିକା ଘରୋଇ ବସ୍ ମାଲିକ ସଂଘ ପୂଜା ମଣ୍ଡପ, ସମବାୟ ଚିନିଶିଳ୍ପ ପୂଜାମଣ୍ଡପ ସମେତ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ସବୁମେଢରେ ଦୁର୍ଗତୀନାଶୀନୀ ମା’ଦୁର୍ଗାଙ୍କ ଦର୍ଶନ ସହ ପୂଜାର୍ଚ୍ଚନା କରିବା ଲାଗି ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ଆଜି ପୂଜା ମଣ୍ଡପ ଗୁଡିକରେ ମହାସପ୍ତମୀ ପୂଜା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଶେଷ ହୋଇଥିଲା ବେଳେ ଆସନ୍ତାକାଲି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବ। ଚଳିତ ବର୍ଷର ଶାରଦୀୟ ଦୁର୍ଗାପୂଜା ପାଇଁ ଆସିକା ଘରୋଇ ବସ୍ ମାଲିକ ସଂଘ କାର୍ଯ୍ୟାଳୟ ପୂଜାମଣ୍ଡପ ଏବଂ ସମବାୟ ଚିନିଶିଳ୍ପ ପୂଜାମଣ୍ଡପ ତଥା ଏହାର ଆଖାପାଖ ଅଞ୍ଚଳ ଉତ୍ସବ ମୁଖର ହୋଇପଡିଥିଲା ବେଳେ ପୂଜାମଣ୍ଡପ ଅଧିକ ଆକର୍ଷଣୀୟ ହୋଇଛି । ରବିବାର ମହାସପ୍ତମୀ ତିଥିରେ ଆସିକା ଘରୋଇ ବସ୍ ମାଲିକ ସଂଘ ଏବଂ ଆସିକା ସମବାୟ ଚିନିଶିଳ୍ପ ଦୁର୍ଗାପୂଜା ମଣ୍ଡପରେ ଜଗତ ଜନନୀ ମା’ ଦୁର୍ଗାଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବାଲାଗି ସକାଳୁ ସଂନ୍ଧ୍ୟା ଯାଏଁ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଲାଗିରହିଥିଲା । ଶକ୍ତିପ୍ରଦାୟନୀ ମା ଦୁର୍ଗାଙ୍କ ଧରାବତରଣ ଅବସରରେ ପୂଜା ମଣ୍ଡପ ଗୁଡିକ ସୁନ୍ଦର ତଥା ଚିକ୍ମିକ୍ ଆଲୋକମାଳରେ ଝଲସି ଉଠୁଛି । ଚଳିତ ବର୍ଷ ପରମ୍ପରା ଓ ରୀତିନୀତି ଅନୁଯାୟୀ ଦେବୀ ଦୁର୍ଗାଙ୍କ ମୃଣ୍ମୟୀ ପ୍ରତିମା ଓ ମେଢ ରବିବାର ଠାରୁ ଶୋଭା ପାଉଥିବା ଦେଖିବାକୁ ମିଳୁଛି । ଆସିକା ଘରୋଇ ବସ୍ ମାଲିକ ସଂଘର ପୂଜାମଣ୍ଡପ ଅଭିଜ୍ଞ ବିଦ୍ୱାନ ପଣ୍ଡିତ ରତ୍ନାକର ଦାଶ ଓ ସୀତାରାମ ଦାଶଙ୍କ ବେଦ ଉଚ୍ଚାରଣରେ ପ୍ରକମ୍ପିତ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି । ଆସିକା ଘରୋଇ ବସ୍ ମାଲିକ ସଂଘର ପୂଜାମଣ୍ଡପରେ ଆଧ୍ୟାତ୍ମିକପ୍ରେମୀ ସତ୍ୟନାରାୟଣ ପୋଲାଇ କର୍ତ୍ତା ରୂପେ ରହି ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସୁଚାରୂ ରୂପେ ସଂପାଦନ କରୁଥିବା ଦେଖିବାକୁ ମିଳୁଛି । ସେହିଭଳି ଆସିକା ସମବାୟ ଚିନିଶିଳ୍ପ ପକ୍ଷରୁ ପୂର୍ବବର୍ଷମାନଙ୍କ ଭଳି ଚଳିତବର୍ଷ ମଧ୍ୟ ମହାଆଡମ୍ବରରେ ଉତ୍ସାହ ଓ ଉଦ୍ଦୀପନାର ସହ ମହାସପ୍ତମୀ ତିଥି ଠାରୁ ମହିଷାମର୍ଦ୍ଦିନୀ ମା ଦୁର୍ଗାଙ୍କ ପୂଜାର୍ଚ୍ଚନା ରବିବାର ଠାରୁ ଆରମ୍ଭ ହୋଇଥିଲା ବେଳେ ଏହି ଅବସରରେ ଶନିବାର ପବିତ୍ର କଳସଯାତ୍ରା ଏବଂ ବିଲ୍ୱଧିବାସ କାର୍ଯ୍ୟକ୍ରମରେ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସଂପନ୍ନ ହୋଇଥିବା ଦେଖିବାକୁ ମିଳିଥିଲା ।


