ଜିଲ୍ଲା ସ୍ତରୀୟ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି,(ତାରିଣୀ ଚରଣ ପଣ୍ଡା) : ପାରାଳାଖେମୁଣ୍ଡିସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ସାସ୍କୃତିକ ପ୍ରତିଯୋଗିତା ଗଜପତି ଜିଲ୍ଲା ପରିଷଦ ଅଧକ୍ଷା ଶ୍ରୀମତି ଅନିତା ରାଣୀ ବେହେରା, ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଉଦଘାଟନ କରିଥିଲେ ।ଅନ୍ୟତମ ଅତିଥିଭାବରେ ସଂଗୀତ ନିର୍ଦେଶକ ରଘୁନାଥ ପାତ୍ର ଯୋଗଦେଇ ଯୁବପିଢି କଳା ସଂସ୍କୃତି ଦିଗରେ ନିଜ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଆହ୍ୱାନ ଦେଇଥିଲେ । ନେହୁରୁ ଯୁବକେନ୍ଦ୍ର ଜିଲ୍ଲା ସଂଯୋଜକ ବିଜୟ ପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ଉକ୍ତ କାର୍ଯ୍ୟରେ ଶିଳ୍ପୀ ବସନ୍ତ ପଟ୍ଟନାୟକ ଓ ନ୍ୟତ୍ୟ ଶିଳ୍ପୀ ଶୁଭେନ୍ଦୁ ସେନାପତି, ବିଚାରକ ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୨୫୦ ରୁ ଉର୍ଦ୍ଧ୍ୱ ଯୁବଶିଳ୍ପୀ ଭାଗ ନେଇଥିଲେ ।