ମଧ୍ୟରାତ୍ରରେ ଘରେ ପଶିଲା କାର୍, ଅଳ୍ପକେ ବର୍ତ୍ତିଲେ ପରିବାର ସଦସ୍ୟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଗତକାଲି ମଧ୍ୟରାତ୍ରରେ ନିୟନ୍ତ୍ରଣ ହରାଇ ଏକ କାର ଘର ମଧ୍ୟରେ ପ୍ରବେଶ କଲା. କାରଟିର ବେଗ ଏତେ ଜୋର ଥିଲା ଯେ ଘରର ପ୍ରଥମ ପ୍ରକୋଷ୍ଠରେ ଥିବା ଦୋକାନ ଗୃହ ଭାଙ୍ଗି ଚୁରମାର ହୋଇଯାଇଥିଲା. ଏହି ଘରର ପରିବାର ପଛ ଭାଗରେ ରହିଥିବା ପ୍ରକୋଷ୍ଠରେ ଶୋଇ ରହିଥିବା ଯୋଗୁଁ ଅଳ୍ପକେ ବର୍ତ୍ତିଗଲେ ଏହି ପରିବାର. ହେଲେ ଏହି ଦୁର୍ଘଟଣାରେ ଘରର  ପ୍ରଥମ ପ୍ରକୋଷ୍ଠରେ ରହିଥିବା ଦୋକାନ ଗୃହର ସମସ୍ତ ସାମଗ୍ରୀ ଭାଙ୍ଗି ରୁଜି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶଯେ, ଗଜପତି ଜିଲ୍ଲା ମୋହନା ଥାନା ପିଣ୍ଡିକି ଗ୍ରାମର ୩୨୬ ଏ ଜାତୀୟ ରାଜପଥର ରାସ୍ତାକଡରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ସୂଚନା ପ୍ରକାରେ ପିଣ୍ଡିକି ଗ୍ରାମର ହର ପ୍ରସାଦ ବିଶୋଇ ବହୁ ବର୍ଷ ହେବ ପରିବାର ପ୍ରତିପୋଷଣ ପାଇଁ ମୋହନା ଠାରୁ ପାରଳାଖେମୁଣ୍ଡିକୁ ସଂଯୋଗ କରୁଥିବା ରାସ୍ତାକଡରେ ଏକ ଘର ନିର୍ମାଣ କରି ସେଠାରେ ଏକ ଦୋକାନ ଦ୍ୱାରା ବ୍ୟବସାୟ କରି ପରିବାର ପରିପୋଷଣ କରି ଆସୁଥିଲେ. ଗତକାଲି ରବିବାର ମଧ୍ୟରାତ୍ରୀରେ ମୋହନା ଠାରୁ ବ୍ରହ୍ମପୁରକୁ ଯାଉଥିବା ଦାମୀ କାର୍ ( OD 33 U 9977 )  ଟି ଭରସାମ୍ୟ ହରାଇ ହର ପ୍ରସାଦ ବିଷୋୟୀଙ୍କ ଘର ମଧ୍ୟରେ ପ୍ରବେଶ କରିଥିଲା. ଦୁର୍ଘଟଣାର ଶବ୍ଦ ଶୁଣି ପରିବାରଙ୍କ ନିଦ ଭାଙ୍ଗିଯାଇଥିଲା | ବାହାରକୁ ଆସି ଦେଖିଲାପରେ ହରପ୍ରସାଦଙ୍କ ଦୋକାନ ଗୃହରେ ରହିଥିବା ଫ୍ରିଜ, ସିଲେଇ ମେସିନ ଏବଂ ଆନ୍ୟନ୍ୟ ଆସବା ପତ୍ର ଲକ୍ଷାଧିକ ଟଙ୍କାର କ୍ଷତି ସହ ଘରର ପ୍ରଥମ ପ୍ରକୋଷ୍ଠ ଭାଙ୍ଗି ଚୁରମାର  ହୋଇଯାଇଛି. ହରପ୍ରସାଦ ୧୧୨କୁ ଯୋଗାଯୋଗ କରିଥିଲେ | ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି କାରଟିକୁ ଜବତ କରି ମୋହନା ଥାନାରେ ମକଦ୍ଦ୍ବମା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ