ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କୁ ଦୈନିକ 5 କିମି ରାସ୍ତା ପାଦ ଚଲାରେ ଯିବାକୁ ପଡୁଛି

 ପାରଳାଖେମୁଣ୍ଡି,  (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ଏକ ଅଭାବନୀୟ ଦୃଶ୍ୟ ପରିଲକ୍ଷିତ ହୋଇଛି. ଗୋଟାଏ ଗ୍ରାମରେ ସରକାର ବିଦ୍ୟାଳୟ ନିର୍ମାଣ କରିଛନ୍ତି. ହେଲେ ସେହି ବିଦ୍ୟାଳୟଟି ଗତ 7 ବର୍ଷ ଧରି ବନ୍ଦ ରହିବା ଯୋଗୁଁ କୁନି କୁନି ପିଲାମାନଙ୍କୁ ପାଠ ପଢିବା ପାଇଁ ଅନ୍ୟ ଏକ ଗ୍ରାମରେ ରହିଥିବା ସ୍କୁଲକୁ ସବୁଦିନ ୫ କିଲୋମିଟର ବାଟ ପାଦ ଚଲାରେ ଚାଲିବାକୁ ପଡୁଛି। ଗଜପତି ଜିଲା ଗୁମ୍ମା ବ୍ଲକର କିମ୍ବସିଂ ଗ୍ରାମରେ ଏପରି ଦେଖୁବାକୁ ମିଳିଛି। ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟ ଦୀର୍ଘ ୭ ବର୍ଷ ହେଲା ବନ୍ଦ ରହିଥିବାରୁ ଛୋଟ ଛୋଟ ପିଲାମାନେ ପାଠପଢ଼ିବାକୁ ନିକଟସ୍ଥ ତଣ୍ଡରଙ୍ଗ ଗ୍ରାମକୁ ଯାଉଛନ୍ତି। ଏଥିପାଇଁ ପିଲାଙ୍କୁ ୫ କି.ମି. ବାଟ ଚାଲିବାକୁ ପଡୁଛି। ଘଟଣାରୁ ପ୍ରକାଶଯେ, ୧୯୫୨ରେ କିମ୍ବସିଂ ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା। ଦୀର୍ଘ ବର୍ଷ ଧରି ଏହି ବିଦ୍ୟାଳୟରେ ଗ୍ରାମର ପିଲାମାନେ ଅଧ୍ୟୟନ କରି ଆସୁଥିଲେ। ମାତ୍ର ଗତ ୭ ବର୍ଷ ତଳେ ଏହି ବିଦ୍ୟାଳୟକୁ ସରକାରୀ ଭାବେ ବନ୍ଦ କରାଗଲା। ଏହାର ମୁଖ୍ୟ କାରଣ ଥିଲା ସରକାରୀ ନିୟମ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକ ଉପସ୍ଥାନ ନଥିବାରୁ ଗତ 7 ବର୍ଷ ତଳେ ଏହି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା ମାତ୍ର 6 କୁ ହ୍ରାସ ପାଇବାରୁ ଏହି ସ୍କୁଲକୁ ବନ୍ଦ କରାଯାଇଥିଲା. ଏହାପର ଠାରୁ ଏହି ଗ୍ରାମର ଛାତ୍ରଛାତ୍ରୀମାନେ ନିଜ ଗ୍ରାମର ସ୍କୁଲରେ ପାଠ ପଢିବା ପାଇଁ ସୁଯୋଗ ନ ପାଇ 5 କିମି ଦୂରରେ ଥିବା ତଣ୍ଡରଙ୍ଗ ଗ୍ରାମରେ ବିଦ୍ୟାଳୟକୁ 5 କିମି ରାସ୍ତା ପାଦ ଚଲାରେ ଯିବାକୁ ପଡୁଛି. ବର୍ତ୍ତମାନ ଏହି ଗ୍ରାମରୁ 40 ଜଣ ଛାତ୍ରଛାତ୍ରୀ ସେହି ସ୍କୁଲରେ ପାଠ ପଢୁଛନ୍ତି. ଏଥିପାଇଁ ସେମାନଙ୍କୁ ୫ କି.ମି. ଚାଲିବାକୁ ପଡୁଛି। ଖରା, ବର୍ଷା ଓ ଅନ୍ୟ ପ୍ରତିକୂଳ ପରିସ୍ଥିତିରେ ସେଠାକୁ ଯିବା ପିଲାଙ୍କ ପାଇଁ କଷ୍ଟକର ହେଉଛି। ଏଥିପାଇଁ ନିୟମିତ ପାଠପଢ଼ା ବାଧାପ୍ରାପ୍ତ ହେଉଛି ତେଣୁ ଅଭିଭାବକମାନେ ସର୍ବଦା ଚିନ୍ତାରେ ରହୁଛନ୍ତି। ଗତ 7 ବର୍ଷ ତଳେ କିମ୍ବସିଂ ଗ୍ରାମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ସଂଖ୍ୟା 6 କୁ ହ୍ରାସ ପାଇବାରୁ ସରକାରୀ ଭାବେ ସ୍କୁଲକୁ ବନ୍ଦ କରାଯାଇଥିଲା. ବର୍ତ୍ତମାନ ସେହି ଗ୍ରାମରେ 40 ଜଣ ଛାତ୍ରଛାତ୍ରୀ ରହିଛନ୍ତି. ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ସମସ୍ୟାର ସମାଧାନ ପାଇଁ ନିବେଦନ କରିଛନ୍ତି। ବନ୍ଦ ହୋଇଥିବା କିମ୍ବସିଂ ପ୍ରାଥମିକ ବିଦ୍ୟାଳୟକୁ ପୁନଃ ଖୋଲା ଯାଇ ପିଲାଙ୍କୁ ନିଜ ଗ୍ରାମର ସ୍କୁଲରେ ପଢିବା ଲାଗି ସୁଯୋଗ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି। ଏଥିପ୍ରତି ଜିଲା ଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଗ୍ରାମବାସୀ ବିଧାୟକଙ୍କୁ ଅନୁରୋଧ ଜଣାଇଛନ୍ତି. ବିଧାୟକ ଶ୍ରୀ ପାଣିଗ୍ରାହୀ ଗ୍ରାମବାସୀଙ୍କ ଏହି ଅନୁରୋଧ ଶୁଣିବା ପରେ ଦୁଃଖ ପ୍ରକାଶ କରିବା ସହ ସମସ୍ୟାର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିବା ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ